ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ପ୍ରାଥମିକ ଶିକ୍ଷକ ସଂଘ

ଆନନ୍ଦପୁର: ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶାଳପଡା ଡାକ ବଙ୍ଗଳାରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ପ୍ରାଥମିକ ଶିକ୍ଷଜ ସଂଘ । ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରତ୍ୟାହାର, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରିୟ ହାରରେ ଦରମା ପ୍ରଦାନ, ଶିକ୍ଷା ସହାୟକ ସମୟକୁ ମୂଳ ଚାକିରିରେ ଗଣନା କରିବା, ପଦୋନ୍ନୋତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରାଥମିକ ଶିକ୍ଷକସଂଘ ଜିଲ୍ଲା ସଭାପତି ଦିଲ୍ଲୀପ ରାଉତ, ଘସିପୁରା ବ୍ଲକ୍ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ମହାନ୍ତି, କର୍ମକର୍ତା ଆଦିକନ୍ଦ ସାହୁ, ଦେବେନ୍ଦ୍ର କୁମାର ଦାଶ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତଥିଲେ ।