ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

 ବୈଶିଙ୍ଗା : କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ବାର୍ଷିକ ଉସôବ ୮ ତାରିଖରେ କୋଠପାଡ଼ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ କୋରାପୁଟ ପେସାଦାର ସାମ୍ବାଦିକ ସଂଘର ଜିଲା ସଭାପତି ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉସôବରେ ମୁଖ୍ୟ ଅତିଥି କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମୁଖ୍ୟବକ୍ତା କଳିଙ୍ଗ ପେସାଦାର ସାମ୍ବାଦିକ ସଂଘର ରାଜ୍ୟ ସଭାପତି ମନୋଜ ଦାସ, ସମ୍ମାନିତ ଅତିଥି ରାଜ୍ୟ ସମ୍ପାଦକ ରାଜକିଶୋର ସ୍ୱାଇଁ, ଉପ ସଭାପତି ବାସୁଦେବ ବରାଡ, ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ଯୋଗଦାନ କରିଥିଲେ ।ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ୬୦ବର୍ଷରୁ ଉର୍ଦ୍ଧଙ୍କୁ ଭତ୍ତା ପ୍ରଦାନ ସହିତ ବିଭିନ୍ନ ଅଭିଯୋଗପତ୍ର ନେଇ ସାମ୍ବାଦିକ ମାନେ ବିଭିନ୍ନ ନାରା ଦେଇ ବଜାର ପରିକ୍ରମା କରିବା ସହିତ ବିଭିନ୍ନ ନାରା ସହ ଅଭିଯୋଗ ପତ୍ର ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ମୟୁରଭଞ୍ଜ ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା, ଉପ ସଭାପତି ମନୋଜ ବେହେରା ଓ ରାଜ୍ୟ ଉପ ସଭାପତି ସୌରଭ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।