୩୯ବର୍ଷ ପରେ ବି... ନାହିଁ ସ୍ଥାୟୀ ପଶୁ ଚିକିତ୍ସାଳୟ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ୍ ନରସିଂହପୁର ପଞ୍ଚାୟତବାସୀଙ୍କୁ ଉତ୍ତମ ପଶୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୧୯୮୬ ମସିହାରେ ଅଠରବାଟିଆରେ ଏକ ପଶୁ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା ।ସ ଏହି ପଶୁ ଚିକିତ୍ସାଳୟ ଉପରେ ନରସିଂହପୁର ପଞ୍ଚାୟତର ଅଠରବାଟିଆ, ପଛପଡା, ଅଇନପଡା, ଅଢାଖଣ୍ଡ, ମଠସାହି, ନରସିଂହପୁର, ଗଙ୍ଗାରାମପୁର ଡିହାପଡା ପଞ୍ଚାୟତର କୁପୁଣି, ଡିହାପଡା ଓ ଖଡିଅଣ୍ଟା ପଞ୍ଚାୟତର ଆମ୍ବେର ଆଦି ବିଭିନ୍ନ ଗ୍ରାମର ହଜାର ହଜାର ଲୋକ ପଶୁ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି । ଇତି ମଧ୍ୟରେ ଦୀର୍ଘ ୩୯ବର୍ଷ ବିତି ଯାଇଥିଲେ ମଧ୍ୟ ଅଠରବାଟିଆ ପଶୁ ଚିକିତ୍ସାଳୟ ଅସ୍ଥାୟୀ ଘରେ ଦୟନୀୟ ଭାବେ ଚାଲୁଛି ଓ ସ୍ଥାୟୀ ଗୃହ ନ ଥିବାରୁ ପଶୁ ଚିକିତ୍ସା ସେବା ବ୍ୟାହତ ହୋଇପଡୁଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପଶୁସମ୍ପଦ ମନ୍ତ୍ରୀ ଓ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ନରସିଂହପୁର ସରପଞ୍ଚ ଦିପ୍ତିମୟୀ ପରିଡା ଓ ବିଜେପି ନେତା ସୁଶୀଲ ପରିଡା ଦାବି କରିଛନ୍ତି ।