ବନ ମହୋତ୍ସବର ଶୁଭାରମ୍ଭ
କଟକ : କଟକ ମହାନଗର ନିଗମ ପକ୍ଷରୁ ବନ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଏହି ବନ ମହୋତ୍ସବ ୧ମାସ ଧରି ଅନୁଷ୍ଠିତ ହେବ । ସିଏମସି ପକ୍ଷରୁ ମହାନଦୀକୂଳ କଟକ ଇନ କଟକ ଠାରେ ୨୦୨୫ ବର୍ଷ ପାଇଁ ବନ ମହୋତ୍ସବ ଆରମ୍ଭ ହୋଇଛି । ସେଠାରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ସହରରେ ଦେଢ଼ ଲକ୍ଷ ବୃକ୍ଷ ରୋପଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ସିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମୋନାଲିସା ଦାସ, କର୍ପୋରେଟର ବିକାଶ ବେହେରା, ଅତିରିକ୍ତ କମିଶନର ସୁନା ଟୁଡ଼ୁ ଓ ଜଙ୍ଗଲ ବିଭାଗ ଏବଂ ସିଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଡେପୁଟି ମେୟର ଦମୟନ୍ତି ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।