ଅରୁଣଙ୍କୁ ଆନନ୍ଦପୁରରେ ସ୍ୱାଗତ
ଆନନ୍ଦପୁର : ପୂର୍ବତନ ମନ୍ତୀ ତଥା ବରିଷ୍ଠ ବିଜେଡି ନେତା ଡ଼ଃ ଅରୁଣ କୁମାର ସାହୁ କେନ୍ଦୁଝରଜିଲ୍ଲା ଗସ୍ତ କରୁଥିବା ସମୟରେ ଆନନ୍ଦପୁର ଶାଳପଡା ଛକରେ ବିଧାୟକ ଅଭିମନୁ୍ୟ ସେଠୀଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ତାଙ୍କୁ ସ୍ୱାଗତ କରିଛନ୍ତି । ରାଜ୍ୟରେ ବର୍ତ୍ତମାନର ସରକାର ପୁରି ରଥଯାତ୍ରା ପରିଚାଳନାରେ ହେଉ କିମ୍ବା ନାରୀ ନିର୍ଯାତନା କ୍ଷେତ୍ରରେ ହେଉ ଅଥବା ଗୁଣ୍ଡାରାଜକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏହାକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳୀୟ କର୍ମୀ ମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏହି ସମୟରେ ବିଧାୟକ ଅଭିମନୁ୍ୟ ସେଠୀ, ପୌରାଧକ୍ଷା ରାଜନୀରାଣୀ ଖଟୁଆ, ବରିଷ୍ଠ ନେତା ଦେବପ୍ରିୟ ପାତ୍ର, ଯୁବନେତା ରାକେଶ ରାମ, କାଉଁସିଲର କୃଷ୍ଣ ରଣା, ରଶ୍ମିତା ବାରୀ, ମଣୀଲତା ରାମ, ସୁରେନ୍ଦ୍ର ଦାସ, ସୁଜିତ ସାହୁ, ନିବେଦିତା ବେହେରା, ସୁପ୍ରିୟା ମିଶ୍ର, ଉର୍ବଶୀ ସାହୁ, ଲୀନାରାଣୀ ସାହୁ, ବହାଦୁର ସାହୁ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।