ବନ ମହୋସôବ ସପ୍ତାହ
ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ତ "ପ୍ରକୃତି ମିତ୍ର’ ପୁରସ୍କାର ପ୍ରାପ୍ତ ସାମାଜିକ ସଂଗଠନ "ସବୁଜ ସଂକଳ୍ପ’ ପକ୍ଷରୁ ଡଭାର ଗ୍ରାମ ନିକଟସ୍ଥ ମୁଗେଇ ନଦୀ ବନ୍ଧରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସମ୍ପାଦକ ରମାକାନ୍ତ ପାଣି, ସହ ସମ୍ପାଦକ ଭକ୍ତ ଚରଣ ସାହୁ, ଶିକ୍ଷାବିତ୍ ତଥା ସମାଜସେବୀ ସୂର୍ଯ୍ୟକାନ୍ତ ଭୋଳ, ରଶ୍ମି ରଂଜନ ନାୟକ, ନରହରି ଖଟୋଇ, ମଦନ ପ୍ରଧାନ, ଦୀପ୍ତି ରଞ୍ଜନ ଦାଶ, ଗଣନାଥ ପ୍ରଧାନ, ସନ୍ତୋଷ କୁମାର ସାହୁ ଏବଂ ୩୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବନ ମହୋସôବ ସପ୍ତାହ ପାଳନ କରିବା ସହ ‘ମାଟି ମା ପାଇଁ ଗଛ ଟିଏ ' ଅଭିଯାନରେ ସାମିଲ ହୋଇ ଚାରାରୋପଣ କାର୍ଯ୍ୟ ସମ୍ପାଦନ କରିଥିଲେ । ବନରକ୍ଷୀ ପୁଷ୍ପାଞ୍ଜଳି ଦାଶ କାର୍ଯ୍ୟକ୍ରମରେ ସହାୟତା କରିବା ସହ ସ୍ୱେଚ୍ଛାସେବୀ ମାନଙ୍କୁ ଉସôାହିତ କରିଥିଲେ ।