ଦୋଳ ମୁଣ୍ଡାଇରେ ରାଧାକୃଷ୍ଣଙ୍କ ମିଳନ ଉତ୍ସ

ପଣିକୋଇଲି : ଓଚିନ୍ଦା ଗ୍ରାମରେ ରାଧାକୃଷ୍ଣ ମିଳନ ଉସôବ, ଦୋଳ ମୁଣ୍ଡାଇ ଓ ନୂତନ ପଞ୍ଜିକା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗ୍ରାମବାସୀ ଗୋପିନାଥ ମନ୍ଦିରରୁ ରାଧାକୃଷ୍ଣଙ୍କୁ ମନ୍ଦିରରୁ ଆଣି ବିମାନ ଯୋଗେ ଗ୍ରାମ ପରିକ୍ରମା କରିଥିଲେ । ନାମ ସଂକୀର୍ତ୍ତନ, ଶଙ୍ଖ, ହୁଳହୁଳି, ଘଣ୍ଟବାଦ୍ୟ ମାଧ୍ୟମରେ ଗ୍ରାମ ପରିକ୍ରମା କରାଯିବା ପରେ ରାସସ୍ଥଳୀରେ ପ୍ରଭୁଙ୍କୁ ବିଜେ କରାଯାଇଥିଲା । ସେଠାରେ ନୂତନ ପାଂଜି ପଠନ ଓ ରାଜ୍ୟ ଓ ଦେଶର ଭବିଷ୍ୟତ ଗଣନା ସହ ମେଣ୍ଢା ଘର ପୋଡାଯାଇଥିଲା । ସମସ୍ତ ଗ୍ରାମାବସୀ ବିଶେଷ କରି ଯୁବକ ମାନେ ଯୋଗେଦଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ସମୂହ ପ୍ରସାଦ ସେବନ କରିଥିଲେ । ପୂଜକ ଭାବେ ରଘୁନାଥ ପାଢୀ, ପରମାନନ୍ଦ ଶତପଥି, ମୋହନ ଚରଣ ପାଢୀ, କୃଷ୍ଣ ଚନ୍ଦ୍ର ପାଢୀ, ରାଧାକାନ୍ତ ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ସତିସ ଧଳ, ଅଚୁତ୍ୟାନନ୍ଦ ସାହୁ, ଭୀମସେନ ଦାସ, ନଣ୍ଡା ଦାସ, ଅକ୍ଷୟ ସାମଲ, ଅୟୋଜ୍ୟୋତି ସମାଲ, ଶିବ ପ୍ରସାଦ ଗିରି, ଜିତେନ୍ଦ୍ର ଭାରତୀ, ଜଗବନ୍ଧୁ ସାମଲ ସମେତ ସମସ୍ତ ଯୁବକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।