ବନିତା ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ

ଜୟପୁର: ରଜ ସଂକ୍ରାନ୍ତି ଉପଲକ୍ଷେ କଟକ ସ୍ଥିତ  ଟାଉନ ହଲ ସଭାକକ୍ଷରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ତରଫରୁ କଳିଙ୍ଗ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜେପି  ଉପସଭାପତି ଗୋଲୋକ ଚନ୍ଦ୍ର ମହାପାତ୍ରଙ୍କ ସହିତ ଜାତୀୟ ସଭାପତି ବିଶ୍ୱ ଦେବ ସମାଜ ସ୍ୱାମୀ ଓମ୍କାର ନନ୍ଦ ସରସ୍ୱତୀ ଏବଂ ପ୍ରତିଷ୍ଠାତା ସଭାପତି ସ୍ମାର୍ଟ ଓଡ଼ିଶାର କଳା ଭୂଷଣ ଡ.ପ୍ରଶାନ୍ତ କୁମାର କର ଏବଂ ଜୟଦେବ ସଂସ୍କୃତି ବିକାଶ ପରିଷଦର ରାଜ୍ୟ ସଭାପତି ସାହିତ୍ୟ ସାରଥି ଯଜେ୍ଞଶ୍ୱର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବନିତା ଏକ୍ଟିଭିଟି ସ୍କୁଲର ନିଦେ୍ର୍ଦଶକ ଡ.ବନିତା ମହାପାତ୍ରଙ୍କ ତତ୍ତ୍ୱାବଧାନରେରେ ଅନୁଷ୍ଠାନର ଛାତ୍ରୀ ସ୍ମୃତିରେଖା ପ୍ରଧାନ ଓଡିଶୀ ନୃତ୍ୟରେ ତୃତୀୟ ସ୍ଥାନ ଏବଂ ଏ. ଶ୍ରାବଣୀ ଆଧୁନିକ ନୃତ୍ୟରେ ତୃତୀୟ ସ୍ଥାନ ଏବଂ ପ୍ରତୁ୍ୟଷା ସାହୁ ଆଧୁନିକ ନୃତ୍ୟ ପରିବେଷଣ କରି ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଥିଲେ । ନିଦେ୍ର୍ଦଶକ ଡ. ବନିତା ମହାପାତ୍ର କବିତା ଆବୃତ୍ତି କରି ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ପୁରସ୍କାର ପ୍ରାପ୍ତ କରିଥିଲେ ।