ବିଏସ୍ଏନ୍ଏଲ ସେବା ଠପ୍ ହନ୍ତସନ୍ତ ଉପଭୋକ୍ତା 

 ବଡ଼ସାହି :  ସ୍ଥାନୀୟ ବଡ଼ସାହି ବଜାର ମଧ୍ୟରେ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ବିଏସଏନଏଲ ବିଭାଗ ପକ୍ଷରୁ ଏକ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲାଣି ଖୋଲାଯାଇଛି । ମାତ୍ର ଏହାର ହଜାର ହଜାର ଉପଭୋକ୍ତାଙ୍କୁ ସେବା ଯୋଗାଇବା ପାଇଁ କାର୍ଯ୍ୟାଳୟରେ ସ୍ଥାୟୀ କର୍ମଚାରୀ ନାହାନ୍ତି । ଜଣେ ଠିକା କର୍ମଚାରୀ ରହିଥିଲେ ହେଁ ଉପଯୁକ୍ତ ସେବା ଯୋଗାଇବାରେ ସେ ବିଫଳ ହେଉଥିବା ଦେଖାଯାଉଛି । ଆଜକୁ ପ୍ରାୟ ୨ ମାସ ହେଲାଣି ଟାୱାର ରହୁ ନଥିବାରୁ ଉପଭୋକ୍ତା ମାନେ ଫୋନ୍ କରିବା କିମ୍ବା ଫୋନ୍ ଗ୍ରହଣ କରିବାରେ ଅସମର୍ଥ ହେଉଥିବା ଅଭିଯୋଗ ହେଉଛି । ଏବେ ଦୈନନ୍ଦିନ ପ୍ରତି ମୁହୂର୍ତ୍ତରେ ଫୋନର ଆବଶ୍ୟକତା ରହିଥିବା ବେଳେ ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଉପଭୋକ୍ତାଙ୍କ ପକ୍ଷରୁ ଦାବି ଉଠିଲାଣି ।