ଘୋରଇ ବସ୍ ମାଲିକ ସଂଘର ବିନ୍ଧୁ ମିଳନ

 ଜୟପୁର : ଜୟପୁର ଘୋରଇ ବସ ମାଲିକ ସଂଘ ଦିର୍ଘ ବର୍ଷ ପରେ ଜୟପୁର ଆସୁଥିବା ଏବଂ ଜୟପୁର ଦେଇ ଯାଉଥିବା ସମସ୍ତ ବସ ମାଲିକଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏକ କଲ୍ୟାଣ ମଣ୍ଡପ ଠାରେ ଆୟଜନ କରିଥିଲେ । ଏଥିରେ ଜିଲ୍ଲାର ଅଧିକାଂଶ ବସ୍ ମାଲିକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ଥିଲେ ।ମଞ୍ଚାସିନ ଅନ୍ୟାନ୍ୟଙ୍କ ମଧ୍ୟରେ ଉପଦେଷ୍ଟା ବସନ୍ତ କୁମାର ବିଶ୍ୱାଳ, ରାମ ଚନ୍ଦ୍ର ପାଢି ଆଇନ ପରାମର୍ଶଦାତା ସୁଶାନ୍ତ ଅଧିକାରୀ ରହିଥୀବା ବେଳେ ସନ୍ନାନିତ ଅତିଥି ଭାବେ ବ୍ରହ୍ମପୁରରୁ ଟୁଟୁ ଭାଇ ବସ ମାଲିକ ଜୟପୁର ବସ ମାଲିକ ସଂଘ ସଭାପତି ସୁବ୍ରମଣ୍ୟମ ପାତ୍ର ସମ୍ପାଦକ ନରେନ୍ଦ୍ର ମହାନ୍ତି ରୋହିଥିଲେ । ଏହି ଅବଶୋରରେ ସମ୍ପାଦକ ନିଜ ବକ୍ତବ୍ୟରେ ବସ ମାଲିକ ସଂଘ ସର୍ବଦା ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଧ୍ୟ ରୋହଛି । ଏହି ଅବସରରେ ମାଲିକ ସଂଘ ନିଜସ୍ୱ ଏକ ବସ୍ ଟିକେଟ ବୁକୀଙ୍ଗ କାଉଣ୍ଟର ପ୍ରାଇଭେଟ ବସ ଷ୍ଟାଣ୍ଡ ପରିସରରେ ଖଲିବାକୁ ନିଷ୍ପତି ନେଇ ଥିବା କହିଥିଲେ ।