ବର୍ଷାରେ ଜଳାର୍ଣ୍ଣବ ଧାମନଗର

ଧାମନଗର : ପାଖା ପାଖି ୧୫ ଦିନ ହେବ ଲଗାଣ ବର୍ଷା ଜାରିଥିବା ବେଳେ ଏହି ପାଞ୍ଚ ଦିନ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ବୈତରଣୀ ଓ ତାର ଶାଖା କୋଚିଳା ନଦୀର ଆସିଥିବା ବନ୍ୟା ପ୍ରଭାବରେ ଧାମନଗର ବ୍ଲକରେ ତଳିଆ ଅଞ୍ଚଳରେ କ୍ଷତି ଘଟିବାର ଆଶଙ୍କା ରହିଛି । କୋଚିଳା ନଦୀର ସଇଲୋ ଠାରେ ନଦୀବନ୍ଧ ର୍ଦୁବଳ ଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଅଛନ୍ତି । ତେବେ ଜଳସେଚନ ବିଭାଗର ଉପଖଣ୍ଡ ଅଧିକାରି ଶରତ ଘଡାଇ, ଧାମନଗର ଜଳସେଚନ ବିଭାଗ ଏସଡିଓ କିଶୋର ଦାସ ଉପସ୍ଥିତ ରହି ପରିସ୍ଥିତିକୁ ଲକ୍ଷ୍ୟ ରଖିଛନ୍ତି  । ଯଦିଓ ଗୌରାଙ୍ଗପୁର ଓ ମଲିମାହାର ଏସ୍କେଫ ଉଚ୍ଚତା ବୃଦ୍ଧି କରାଯାଇଛି ତାହା କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ନଥିବାରୁ ବନ୍ୟାପାଣି ପଶି ପାରେ । ସେହିପରି ପ୍ରବଳ ବର୍ଷା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ହସନାବାଦ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏପଟେ ସମଗ୍ର ଅଞ୍ଚଳରେ ଦିନ ତମାମ ଲଗାଣ ବର୍ଷା ଲାଗି ରହିଛି । ମଝିରେ ମଝିରେ  ତୁହାକୁ ତୁହା ପ୍ରବଳ ବର୍ଷିବା କାରଣରୁ ସାଧାରଣ ଜୀବନ ଯାତ୍ରା ବ୍ୟାଘାତ ଘଟିବା ସହ ବର୍ଷା ପାଣିରେ ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଛି । ବିଲ ବାଡିରେ ହୋଇଥିବା ପରିବା ଚାଷ ଏବଂ ଶାରଦ ଧାନଚାଷ ପାଇଁ ବିଲରେ ପଡିଥିବା ତଳି  ପାଣିରେ ବୁଡି ନଷ୍ଟ  ହୋଇଛି । ଧାମନଗର ଅଞ୍ଚଳରେ ପ୍ରବାହିତ ବିଭିନ୍ନ ନଦୀବନ୍ଧରେ  ବନ୍ୟାରେ ଯେପରି ଘାଇ ସୃଷ୍ଟି ନହେବ ସେ ଲାଗି ଆଗୁଆ ପଦକ୍ଷେପ ଗ୍ରହଣ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ତା ଗ୍ରହଣ କରାଯାଇଥିବା ଜଳସମ୍ପଦ ବିଭାଗ ଅଧିକାରୀ ଜଣାଇଛନ୍ତି । ସେହିପରି ଧାମନଗର ବ୍ଲକର ଅନେକ ପଂଚାୟର ଚାଷ ଜମିରେ ବର୍ଷା ଜଳରେ ବୁଡ଼ି ରହିଥିବାରୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେଉଛି । ସେହିପରି ବୈତରଣୀ ନଦୀରେ ବନ୍ୟା ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କଣ୍ଟା ପାରି ଓ ପିତେଇପୁରରେ ଥିବା ବୋଟ୍ ଚାଳକଙ୍କୁ ସଜାଗ ରହିବାପାଇଁ ନିଦେ୍ର୍ଦଶ ଦିଆଯାଇନାହିଁ । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।