ବନ୍ୟା ପାଣିରେ ବୁଡି ବୃଦ୍ଧଙ୍କ ମୃତୁ୍ୟ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖା ଦେଇଥିବା ବ୍ରାହ୍ମଣୀ ନଦୀର ୪ର୍ଥ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବନ୍ୟା ପାଣି ଧୀରେ ଧୀରେ କମିବାରେ ଲାଗିଛି । ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମର ରନôାକର ରାଉତ ( ୬୨) ଡ଼ଙ୍ଗାରେ ପାର ହେବା ପାଇଁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାରୁ ଖସି ପଡି ପାଣିରେ ପଡ଼ି ବନ୍ୟା ସ୍ରୋତରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ତକôାଳ ଚିକିସôା ପାଇଁ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପରିବାରକୁ ସହାୟତା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ଦାବି କରିଛନ୍ତି ।