ସମସ୍ୟାର ସମାଧାନ ପାଇଁ ବିଡ଼ିଓଙ୍କୁ ଦାବିପତ୍ର
ରାଜକନିକା : ରାଜକନିକା ବ୍ଲକର କଂଗ୍ରେସ ସମର୍ଥିତ ସମିତି ମେମ୍ବର ଓ ସରପଞ୍ଚଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରିବା, ବ୍ଲକରେ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ମନମାନି ଚାଲିବା, ଦାନା ବାତ୍ୟାରେ ସରକାରୀ ଅନୁଦାନ ବଣ୍ଟନରେ ପତରଅନ୍ତର, ପଞ୍ଚାୟତ ସମିତି ବୈଠକ ନିର୍ଦ୍ଧିଷ୍ଟ ସମୟରେ ଡକା ନଯିବା ଭଳି ଦାବି କରିଛି କଂଗ୍ରେସ, ସାତଦିନ ମଧ୍ୟରେ ଏହାର ସମାଧାନ କରାନଗଲେ କଂଗ୍ରେସ ଗଣଧାରଣା ଦେବ ବୋଲି ଚେତାବନୀ ଦେଇଛି । ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ନେତୃତ୍ୱରେ ଆଜି ସକାଳ ୧୦ଟା ସମୟରେ ଶତାଧିକ କଂଗ୍ରେସ କର୍ମୀ ରାଜକନିକା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଆଳି ନିର୍ବାଚନ ମଣ୍ଡଳୀର ବିଧାୟିକା ପାର୍ଥୀନୀ ଡାକ୍ତର ଦେବସ୍ମିତା ଶର୍ମା, ପିସିସି ସଭ୍ୟ ବାବୁରାମ ଜେନା, ଭରିଗଦା ପଞ୍ଚାୟତର ସମିତି ସଭ୍ୟ ଶରତ ରାଉତ, ବରୁଣାଡିହା ସରପଞ୍ଚ ଦୁର୍ଯେ୍ୟାଧନ ମହାନ୍ତି, ଅମିତ ନାୟକ, ସତ୍ୟ ପରିଡା, ଅଞ୍ଜନା ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।