ବରଗଡରୁ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ଦାବି
ବରଗଡ : ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବରଗଡ ରୁ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀ ପୁରୋହିତଙ୍କୁ ଦାବି କରିଥିଲେ । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଦେବ ଭୂମି ପ୍ରୟାଗ ରାଜକୁ ଟ୍ରେନ ଚଳାଚଳ ପାଇଁ ଯେଉଁ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି ତାହା ଉଲ୍ଲେଖ କରିବା ସହ ଗଙ୍ଗା, ଯମୁନା, ସରସ୍ୱତୀଙ୍କ ମହମିଲାନ ସ୍ଥଳ ବର୍ତ୍ତମାନର ପ୍ରୟାଗରାଜ ତଥା ଅତୀତର ଏଲ୍ଲାହବାଦ ହିନ୍ଦୁଙ୍କର ପବିତ୍ର ଧର୍ମ ସ୍ଥଳ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ସଙ୍ଗମ ସ୍ଥଳୀରେ ଅସ୍ଥି ବିସର୍ଜନ ପାଇଁ ସବୁବେଳେ ଯାତାୟାତ କରିଥାଆନ୍ତି । ତେଣୁ ସେମାନଙ୍କୁ ସବୁବେଳେ ସମ୍ବଲପୁର, ଝାରସୁଗୁଡ଼ା ନ ହେଲେ ରାୟପୁର, ବିଲାସପୁର, କଟନି ଜଙ୍କସନ୍ ଉପରେ ଟ୍ରେନ ଧରୁଛନ୍ତି । ବରଗଡ ରୋଡରୁ ବା ବରଗଡ ରୋଡ ଦେଇ ଦେବଭୂମି ପ୍ରୟାଗ ରାଜକୁ ସିଧାସଳଖ ଟ୍ରେନ ଚଳାଚଳ ଆରମ୍ଭ ହେଲେ ଜନ ସାଧାରଣଙ୍କ ୬ ଘଣ୍ଟା ରୁ ୮ ଘଣ୍ଟା ଯାତ୍ରା ସମୟ କମିବ, ଟ୍ରେନ ଚଳାଚଳ ଆରମ୍ଭ ହେଲେ ବେଶୀ ସଂଖ୍ୟାରେ ଶ୍ରଦ୍ଧାଳୁ ଗସ୍ତ କରିବା ଫଳରେ ପ୍ରୟାଗ ରାଜରେ ପର୍ଯ୍ୟଟନର ବିକାଶ ହେବା ସହ ସ୍ଥାନୀୟ ବ୍ୟବସାୟ ବଢ଼ିବ । ସିଧା ସଳଖ ଟ୍ରେନ ଚଳାଚଳ ଫଳରେ ପଶ୍ଚିମ ଓଡ଼ିଶାବାସୀ ଓ ପ୍ରୟାଗବାସୀ ମଧ୍ୟରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କ ବଢ଼ିବ । ଜନ ସାଧାରଣଙ୍କ ଦୀର୍ଘ ଦିନରେ ଏହି ଦାବିକୁ ସାଂସଦ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସଂଘ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ, ଉପସଭାପତି ବ୍ୟୋମକେଶ କର, ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ଅଫିସ ସମ୍ପାଦକ ରମଣୀ ରଞ୍ଜନ ବେହେରା, ସଦସ୍ୟ ଲଲାଟେନ୍ଦୁ ଦାଶ, ବଳରାମ ଦୀପ, ଅନନ୍ତ ମଟାରି ପ୍ରମୁଖ ଉପସ୍ଥିତ ଥିଲେ ।