ଆଉ ନିର୍ବାଚନ ଲଢିବେନି ଜୁଏଲ୍

ଭୁବନେଶ୍ବର : ଆଉ ରାଜନୀତି କରିବେନି ଜୁଏଲ ଓରାମ । ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ ଆଉ କୌଣସି ନିର୍ବାଚନ ଲଢ଼ିବି ନାହିଁ । ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି । ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ନଲଢ଼ିବା ମୋର ନିଷ୍ପତ୍ତି। କିନ୍ତୁ ଯଦି ଦଳ କହିବ, ମୁଁ ଲଢ଼ିବି। ମୁଁ ପୂର୍ବରୁ ୧୦ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛି। ମୁଁ ଯୁବ ପିଢ଼ିଙ୍କ ପାଇଁ ପଥ ପ୍ରଶସ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ୧୯୮୯ ମସିହାରେ ବିଜେପିରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ।