ଗୁଳି ଫୁଟାଇ ସୁନା ଲୁଟ୍     

 ରାଇଘର : କୋଡଭତା ସ୍ଥିତ ରାମ ଡାକୁଆ ଘରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ର ବନ୍ଧୁକ ଦେଖାଇ ଅଳଙ୍କାର ବେଗ ଲୁଟ୍ କରିଛନ୍ତି । ସୁନା ବ୍ୟବସାୟୀ ରାମ ଡାକୁଆ ପ୍ରତିଦିନ ଦୋକାନ ବନ୍ଦ କରି ଘରେ ଯଆାନ୍ତି । ଘରେ ଯିବା ସମୟରେ ଆଗରୁ ଦୁର୍ବୁତ୍ତ ଜଗି ବସିଥିଲେ । ଘରେ ପଶିବା ସମୟରେ ଠେଙ୍ଗାରେ ରାମ ଡାକୁଆ ଏବଂ ତାଙ୍କ ସ୍ତ୍ରୀ ସଂଗୀତା ଡାକୁଆଙ୍କୁ ଆକ୍ରମଣ କରିଥିଲେ । ମୁଣ୍ଡରେ ଆଘାତ ଦେବାପରେ ଦୁର୍ବୁତ୍ତ ସୁନାବେଗ ଝାମ୍ପି ନେଲେ ଘରେ ହୋହାଲ୍ଲା ହେଲା ଚିକ୍ରାର କଲାପରେ ସାହିରେ ଲୋକ ବାହାରିଲେ ଲୋକଙ୍କୁଆ ଦେଖି ଦୁର୍ବୁତ୍ତମାନେ ଗୁଳି ଫୁଟାଇ ବ୍ୟାଗ୍ ଧରି ଚମ୍ପଟ ମାରିଲେ । ରାମ ଡାକୁଆ ଏବଂ ତାଙ୍କ ସ୍ତ୍ରୀ ହସ୍ପିଟାଲ ନିଆ ଜାଇଥିଲା । ପୁଲିସ ଘଟଣାର ତଦନ୍ତ ଚଳାଇଛି । ଏବେ ଜନସାଧାରଣ ମନରେ ଭୟର ବାତାବରଣ ପୁଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।  ପୁଲିସ ଯାନବାହାନ ଯାଞ୍ଚ ସହ ବାହାର ଲୋକଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ଜନସାଦରଣରେ ଦାବି ହେଉଛି ।