ସଞ୍ଜୀବ ସିଂ ଏଚ୍ସିଏଲ୍ର ନୂଆ ଅଧ୍ୟକ୍ଷ 

 ଭୁବନେଶ୍ୱର:  ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚ୍ସିଏଲ୍)ର ନୂତନ ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ ଭାବେ ସଞ୍ଜିବ କୁମାର ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ମାର୍ଚ୍ଚ ୨୧ ତାରିଖରେ ଘୋଷଣା କରାଯାଇ କାର୍ଯ୍ୟକାରୀ ହୋଇଛି । ତାଙ୍କର ଏହି ନିଯୁକ୍ତି ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ । ଶ୍ରୀ ସିଂ ୨୦୨୨ ମାର୍ଚ୍ଚରୁ ଏଚ୍ସିଏଲ୍ (ଖଣି) ନିଦେ୍ର୍ଦଶକ ଭାବେ କାର୍ଯ୍ୟରତ ଥିବା ବେଳେ ଖଣି ଯୋଜନା, ଡିଜାଇନ, ବୈଧାନିକ ମଞ୍ଜୁରୀ ଏବଂ ପ୍ରକଳ୍ପଗୁଡ଼ିକର ଆର୍ଥିକ ମୂଲ୍ୟାଙ୍କନରେ ତାଙ୍କର ୩୮ ବର୍ଷରୁ ଊଦ୍ଧ୍ୱର୍ ଦିନର ଅଭିଜ୍ଞତା ରହିଛି । ଶ୍ରୀ ସିଂ ୧୯୮୭ରେ କେନ୍ଦ୍ରୀୟ ଖଣି ଯୋଜନା ଏବଂ ଡିଜାଇନ ପ୍ରତିଷ୍ଠାନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୮ରେ ଏନ୍ଟିପିସି ଲିମିଟେଡ୍ରେ ଖଣି ଯୋଜନା  ଏବଂ ଡିଜାଇନ ମୁଖ୍ୟ ଭାବେ ଯୋଗ ଦେଇଥିଲେ । ଖଣି କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ସହିତ ଶ୍ରୀ ସିଂ ୨୦୧୬ରେ ଭାରତ-ଅଷ୍ଟ୍ରେଲିଆ ଶକ୍ତି ସୁରକ୍ଷା ଆଲୋଚନାରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର କୋଇଲା ବ୍ଲକ୍ ଅଧିଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।