ବରିଷ୍ଠ ଆଇପିଏସ ଅଫିସରଙ୍କୁ ପଦୋନ୍ନତି
ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୧ ବ୍ୟାଚ୍ ଆଇପିଏସ ଅଫିସର ଏସ ସାୟନି ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ଡକ୍ଟର ସୂର୍ଯ୍ୟା ଥଙ୍କପ୍ପାନଙ୍କୁ ଅତିରିକ୍ତ ଡିଜି ଭାବେ ପଦୋନ୍ନତି ମିଳିଛି । ୨୦୦୮ ବ୍ୟାଚ୍ ଆଇପିଏସ ଡକ୍ଟର ସତ୍ୟଜିତ ନାୟକ ଓ ଡକ୍ଟର ଉମାଶଙ୍କର ଦାସଙ୍କୁ ଆଇଜି ପୁଲିସ୍ ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି । ୨୦୧୨ ବ୍ୟାଚ୍ ଆଇପିଏସ ମାଡ଼କର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ଗ୍ରେଡ଼କୁ ପଦୋନ୍ନତି ମିଳିଥିବାବେଳେ ସେ ଲେଭଲ-୧୩ ଏ ପେ’ ମାଟ୍ରିକ୍ସ ଆଧାରରେ ଦରମା ପାଇବେ।
ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ ଅଫିସର ସୁଧାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ଡିଆଇଜି ଭାବେ ପଦୋନ୍ନତି ମିଳିଛି । ଆଇପିଏସ ଅଫିସର ଜଗମୋହନ ମୀନା, ପରମାରସ୍ମିତ ପର୍ଶୋତମଦାସ ଓ ମୁକେଶ କୁମାର ଭାମୁଖଙ୍କୁ ସିଲେକ୍ସନ ଗ୍ରେଡ଼ (ଲେଭଲ-୧୩ ପେ’ ମାଟ୍ରିକ୍ସ)କୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଆଇପିଏସ ରାହୁଲ ପିଆର, ଅନୁପମା ଜେମ୍ସ ଓ ଏଲ ଦିବ୍ୟା ଭିଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ସେହିପରି ୨୦୧୭ ବ୍ୟାଚ ଆଇପିଏସ ସ୍ୱାଥି ଏସ କୁମାର, ସିଦ୍ଧାର୍ଥ କଟ୍ଟରିଆ ଓ ପ୍ରହ୍ଲାଦ ସାହାଇ ମୀନାଙ୍କୁ ଜୁନିୟର ଆଡ଼ମିନିଷ୍ଟ୍ରିଭ ଗ୍ରେଡ଼ (ଲେଭଲ-୧୨ ପେ’ ମାଟ୍ରିକ୍ସ)କୁ ପଦୋନ୍ନତି ଦିଆଯାଇଛି ।
Samir Kumar Rout