ଶୁଣିଲାନି ପ୍ରଶାସନ : ଚାନ୍ଦା ଆଦାୟ କରି ପାଣି ନିଷ୍କାସନ କଲେ ଗ୍ରାମବାସୀ
ରାଜକନିକା: ରାଜକନିକା ବ୍ଲକ କଣ୍ଟପଡା ପଞ୍ଚାୟତ ଅନ୍ତର୍ଗତ ଗୋକର୍ଣେଶ୍ୱର୍ (ଘୋଡା ଶାଳ)ର ପ୍ରାୟ ୬୦ ପରିବାର ଆଜକୁ ପ୍ରୟ ୩ ମାସ ହେଲାଣି ସମ୍ପୂର୍ଣ ଜଳବନ୍ଦୀରେ ରହି ଆସୁଥିବା ବେଳେ, ଏ ସମ୍ପର୍କରେ ରାଜକନିକା ବିଡିଓ ଏବଂ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ମିଳିମିଶି ଚାନ୍ଦା ଆଦାୟ କରି ବର୍ଷା ପାଣି ନିଷ୍କାସନ କରିଛନ୍ତି । ତେବେ ଏହି ଗ୍ରାମରେ ଏକ ଅଙ୍ଗନୱାଡ଼ି ମଧ୍ୟ ରହିଛି, କୁନି କୁନି ପିଲାମାନଙ୍କ ପାଠପଢ଼ା ଏକପରକର୍ ଠପ୍ ହୋଇଯାଇଛି । ପାଣି ନିଷ୍କାସନ ବାଟ ନ ଥିବାରୁ ଏହି ପାଣି ପଚିଜାଇ ପୋକ ଜନ୍ମିଲେଣୀ । ବୟସ୍କ ବୃଦ୍ଧ ବୃଦ୍ଧାମାନେ ଟୋକେଇ ଶିକା ସାହାଯ୍ୟରେ ମେଡିକାଲ ଯାଉଛନ୍ତି । ଗାଡ଼ି ବାଲା ଆସୁନାହାନ୍ତି, ଦୁଃଖର କଥା ଏହିକି ଯେ, ବ୍ଲକ ସଦର ମହକୁମାରୁ ମାତ୍ର ୫୦୦ ମିଟର ଦୂରତା ମଧ୍ୟରେ ଏହି ଗ୍ରାମ ଅବସ୍ଥିତ । ବର୍ତ୍ତମାନ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ନାରା ଦେଉଥିବା ବେଳେ ଗ୍ରାମବାସୀ ଏମିତି ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ, ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲାପରେ କିଛି ସୁଫଳ ନମିଳିବାରୁ ତେଣୁ ଗ୍ରାମବାସୀ ମାନେ ନିରୁପାୟ ହୋଇ ସର୍ବେଶ୍ୱର ମୁଦୁଲି, ଲକ୍ଷ୍ମୀଧର ରାଉତ, ବାବୁଲି ମାଝୀ, ଚନ୍ଦ୍ରମଣି ମଲ୍ଲିକ, ଅଭୟ ନାୟକ, ସୁମିତ୍ରା ନାଥ, ଅଶୋକ ସାମଲ, ଶରତ ଚନ୍ଦ୍ର ବାରିକ, ନାରଣ ଦଳାଇ, ଦାଶରଥି ନାୟକ ପ୍ରମୁଖ ମିଶି ଆଜି ପାଣି ନିଷ୍କାସନ କରିଥିବା ଦେଖିବାକୁ ମିଳିଛି ।