ରାଷ୍ଟ୍ର ଗଠନରେ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

 ଭଦ୍ରକ  :  ଉତ୍ତମ ରାଷ୍ଟ୍ର ଗଠନରେ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି  ବୁଦ୍ଧିଜୀବୀ ପରିଷଦର ଉଦ୍ଘାଟନ ଓ ଶିକ୍ଷକ ନେତା ଅଧ୍ୟକ୍ଷ ଡ. ସମୀର ହୁଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମଞ୍ଚାସୀନ ଅତିଥି ଓ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି  । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ସମାବେଶକୁ ପ୍ରାକ୍ତନ ଅଧ୍ୟକ୍ଷ ଡ. ରାଧାବିନୋଦ ନାୟକ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଦିଲୀପ ରାଉତରାୟ,  ମୁଖ୍ୟବକ୍ତା  ଆଇନଜୀବୀ ଓ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ସମ୍ମାନନୀୟଅତିଥି  ପ୍ରାକ୍ତନ ଅଧ୍ୟକ୍ଷ ଡ.ପ୍ରହ୍ଲାଦ ପତି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅଧ୍ୟାପକ ଗୋଲକ ଚନ୍ଦ୍ର ନାୟକ,  ବିଶିଷ୍ଟ ସ୍ତମ୍ଭକାର ଇଂ.ଅଭୟ ସୂତାର, ପ୍ରାଧ୍ୟାପକ ଡ. ସମୀର କୁମାର ହୁଇ ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ ସାମ୍ବାଦିକ ରବିନାରାୟଣ ଖିଲାର ମଞ୍ଚ ଆମନ୍ତ୍ରଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ, ସଂଗଠନ ସମ୍ପାଦକ ଆଇନଜୀବୀ ଗଦାଧର ବଳ ଅତିଥି ପରିଚୟ ପ୍ରଦାନ, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ବିଶିଷ୍ଟ ଶ୍ରମିକ ନେତା ଶିଶିର କୁମାର ହୁଇ ଧନ୍ୟବାଦ ଅର୍ପଣ କରିଥିଲେ ।  ଶେଷରେ ବିଦାୟୀ ଇଂରାଜୀ ପ୍ରାଧ୍ୟାପକ ଡ. ସମୀର କୁମାର ହୁଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାକ୍ତନ ଅଧ୍ୟକ୍ଷ କମଳା କାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା, ଇରମ କଲେଜ ଅଧ୍ୟାପକ ରାଜକିଶୋର ରାୟ, ବାରିକପୁର କଲେଜ ଅଧ୍ୟକ୍ଷ ଆଦିତ୍ୟ ଜେନା, ଅଧ୍ୟାପକ ବଇରୀ ଗଞ୍ଜନ, ଧୁଷୁରୀ ପ୍ରେସ କ୍ଲବ୍ କର୍ମକର୍ତ୍ତା, କଲିକତା, କଟକ, ବାଲେଶ୍ୱର ଓ ଭଦ୍ରକରେଥିବା ଡ. ହୁଇଙ୍କର ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ  କବି ନାରାୟଣ ପାଢ଼ୀ, ସଭ୍ୟା ଅଞ୍ଜନା ମିଶ୍ର, ଜାନକୀ ପାଢ଼ୀ, ମନୋରମା ରାୟ, ଦମୟନ୍ତୀ ରାଉତ, ସଂଯୁକ୍ତା ବଳ, ଶଶିକଳା ମିଶ୍ର, ଶାନ୍ତିଲତା ବାରିକ ପ୍ରମୁଖ ସଭା ଓ ମଞ୍ଚ ପରିଚାଳନା କରିଥିଲେ  ।