କମ୍ପାନୀର ଟାଳଟୁଳ ନୀତି  : ବର୍ଷାରେ ଭିଜୁଛି ଶବ 

 ଟାଙ୍ଗୀ/ଚୌଦ୍ୱାର  : କଟକ ଜିଲ୍ଲା ଚୌଦ୍ୱାର ଦେବିନଗର ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏନପିଏଲ୍ କୃଶିଲ କମ୍ପାନୀରେ କାର୍ଯ୍ୟରତ ଏକ ଶ୍ରମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିସôା ଚାଲିଥିଲା ବେଳେ ମୃତୁ୍ୟ ହୋଇଥିଲା । କମ୍ପାନୀ ଶ୍ରମିକଙ୍କୁ କୌଣସି କ୍ଷତି ପୂରଣ ଦେବାକୁ ମନାକରିବାରୁ ମୃତ ଯୁବକର ପରିବାର ଓ ଗ୍ରାମବାସୀ ମାନେ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଶବକୁ ରଖି ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ଚୌଦ୍ୱାର ପୁଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମ ବାସୀଙ୍କୁ ବୁଝାସୁଝା କରି କମ୍ପାନୀର ମ୍ୟାନେଜରକୁ ଡ଼କାଇଥିଲେ । ୩ ଘଣ୍ଟା ବିଳମ୍ବରେ ମ୍ୟାନେଜର ଆସିବା ବେଳକୁ ପ୍ରବଳ ବର୍ଷାରେ ଗ୍ରାମବାସୀ ଓ ମୃତ ବ୍ୟକ୍ତିର ପରିବାର ବର୍ଗ ଭିଯୁଥିବାର ଦେଖା ଦେଇଥିଲା । ବାଣୀପଦାର କେଦାର ନାୟକ ନିକଟସ୍ଥ ଏକ କମ୍ପାନୀରେ ଚାକିରୀ କରୁଥିଲି । ଓଭର ଟାଇମ୍ କରିବାକୁ ନେଇ ଏମପିଏଲ କମ୍ପାନୀ ତାକୁ ଡ଼କାଇଥିଲା । ତା ନାମରେ କୌଣସି କାଗଜ ପତ୍ର ନଥିବା ବେଳେ କମ୍ପାନୀରେ ୧ ତାରିଖରେ କାର୍ଯ୍ୟରତ ସମୟରେ ସାର ବୋଝେଇ ଅଖାଟି ବେକରେ ପଡ଼ିବାରୁ ଯୁବକଟି ଗଳି ପଡ଼ିଲା ଫଳରେ ବେକ ହାଡ ଭାଙ୍ଗି ଯାଇଥିଲା । ତାକୁ ମଙ୍ଗୁଳି ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିସôା ଆରମ୍ଭ କରିଥିଲେ । ପରେ ସ୍ୱାସ୍ଥ୍ୟ ରେ ଉନ୍ନତି ନହେବାରୁ ଭୁବନେଶ୍ୱର ଶ୍ରୀ ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଥିଲା । ସେଠାରେ ଆଜି ତାର ମୃତୁ୍ୟ ହୋଇଥିଲା ବେଳେ କମ୍ପାନୀ କୌଣସି ସହଯୋଗ କରିନଥିଲା । ଫଳରେ ପରିବାର ଲୋକ ଶବକୁ ଆଣି କମ୍ପାନୀ ସମ୍ମୁଖରେ ରଖିଥିଲେ । ପୁଲିସ ର ହସ୍ତକ୍ଷେପ ପରେ କ୍ଷତି ପୂରଣ ଦେବାରୁ ରାଜି ହେବାରୁ ଶବ ସଂସ୍କାର ପାଇଁ ଗ୍ରାମବାସୀ ଧାରଣାରୁ ଓହରି ଥିଲେ  ।