ଏମିତି ଚାଲିଛି ପାଠପଢା... ଗୋଟିଏ ଘରେ ୫ ଶ୍ରେଣୀର ଛାତ୍ରଛାତ୍ରୀ 

ବିଞ୍ଝାରପୁର : ପାଠ ପଢା ପାଇଁ କାହିଁ କେତେ ପ୍ରକାରର ପରିକଳ୍ପନା କରାଯାଉଛି । କାରଣ ଶିକ୍ଷା ହେଉଛି ମୂଳ ଆଧାର । ଶିକ୍ଷା ଭଳି ମୌଳିକ ଆବଶ୍ୟକତା ପହଁଚାଇବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । କିନ୍ତୁ ଶିକ୍ଷା ଭଳି ଗୁରୁତ୍ୱପର୍ଣ୍ଣ ବିଭାଗ କିଛି ସ୍ଥାନରେ ଏଭଳି ଅବ୍ୟବସ୍ଥାରେ ଚାଲିଛି, ଯାହା ଆଶ୍ଚର୍ଯ୍ୟ ଚକିତ କରିବ । ବିଞ୍ଝାରପୁର ବ୍ଲକ କଏଣାରଘୁନାଥପୁର ପଞ୍ଚାୟତର ପ୍ରହଲ୍ଲାଦପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ହେଉଛି ପ୍ରମୁଖ ଉଦାହରଣ । ଏଠାରେ ଗୋଟିଏ ଘରେ ପଢୁଛନ୍ତି ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ । ଆଉ ବିଦ୍ୟାଳୟର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି । ସରକାରଙ୍କ ନଜର ଆଡୁଆଳରେ ବୋଧ ହୁଏ ଏସବୁ ରହିଯାଇଥିବା ବେଶ ବାରି ହୋଇ ପଡ଼ୁଛି । ବିଞ୍ଝାରପୁର ମାଟିର ବିକାଶ ଆଜି ଏଦୃଶ୍ୟକୁ ପୁରା ପ୍ରମାଣିତ କରୁଛି କେତେ ବିକାଶ ହେଇଛି ଅଞ୍ଚଳର । ବ୍ଲକର ମାତ୍ର କିଛି ଦୂରରୁ ଆସୁଛି ଏଭଳି ଏକ ଦୃଶ୍ୟ । ଅଙ୍ଗନବାଡି ଘର ଖଣ୍ଡେ ଆଜି ପର୍ଯ୍ୟନ୍ତ ଏହି ଅଂଚଳରେ ହୋଇ ପାରିନଥିବା ବେଳେ ବିଦ୍ୟାଳୟ ପାଇଁ ଘର ଘଣ୍ଡେ ବି ମିଳିପାରି ନାହିଁ । ବାରଣ୍ଡାର କଦର୍ଯ୍ୟ ପରିବେଶରେ ଗଢା ଚାଲିଛି କୋମଳ ଶିଶୁର ଭବିଷ୍ୟତ । ବିଦ୍ୟାଳୟ ଘର ଖଣ୍ଡେ ଓ ଅଙ୍ଗବାଡ଼ି ଗୃହ ପାଇଁ ସରକାରୀ ଅର୍ଥ ଯୋଗାଇଦେବା ସହ ତୁରନ୍ତ ନିର୍ମାଣ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।