ବର୍ଷା ଗାଏବ; ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ

ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ଓଡ଼ିଶା ଏକ ଚାଷ ବହୁଳ ରାଜ୍ୟ ହୋଇଥିବାବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ସରକାର ତରଫରୁ ଚାଷୀ ମାନଙ୍କ ଉପରେ ବେସି ଗୁରୁତ୍ୱ ଦେଇଛନ୍ତି । ଚଳିତ ବର୍ଷ ମୌସୁମୀ ବାୟୁର ଅଭାବୀ ବର୍ଷାରେ ଚାଷୀ ତାର ରୁଆ ପୋତା କାର୍ଯ୍ୟ ସାରିଦେଇ ସାର ବିଷ ପକାଇ ଧାନର ଥୋଡ ଆସିବାକୁ ଅପେକ୍ଷା କରିଛି । କିନ୍ତୁ ଏହି ସମୟରେ ବର୍ଷା ଗାଏବ । ହଜାର ହଜାର ଖର୍ଚ୍ଚ କରି ଅମଳ ଅପେକ୍ଷାରେ ଚାଷୀ ଥିବାବେଳେ ବର୍ଷା ଅଭାବରୁ ଚିନ୍ତାରେ ପଡ଼ିଯାଇଛନ୍ତି । ପାଣିର ଅଭାବ ପୂରଣ ପାଇଁ ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ବୋରିଙ୍ଗ ଖୋଳା ଯାଇଛି ସତ ହେଲେ ପାଣି ମଡ଼ାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମଟର ପାଖରୁ ପାଇପ ଦ୍ୱାରା ସମସ୍ତ ଜମିକୁ ପାଣି ନେବାରେ ଚାଷୀ ବସ୍ତ । ଏପାଖରେ ଯେଉଁଠି ବୋରିଙ୍ଗ ନାହିଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ପ୍ରତେକ ଧାନ ଗଛ ଥୋଡ଼ ବାହାରିବା ଅପେକ୍ଷାରେ ରହିଛି । ଏ ପରିପେଖିରେ ବର୍ଷାର ନିହାତି ଆବଶ୍ୟକ । ଯଦି ବର୍ଷାର ଅଭାବ ରୁହେ ତାହେଲେ ଚାଷୀକୁଳ ହତାଶ ହେବେ । ଚାଷୀ ତାର ସମସ୍ତ ଅର୍ଥକୁ ଚାଷ ଜମିରେ ଲଗେଇ ଦେଇଛି ଓ ଆଶା ରଖିଛି ଯେ ଏବର୍ଷ ଧାନର ସହାୟକ ମୂଲ୍ୟ ଯେଭଳି ବୃଦ୍ଧି ପାଇଛି ଯଦି ଅସରାଏ ବର୍ଷା ହୁଏ ତାହେଲେ ନିଶ୍ଚିତ ଭାବେ ଲାଭରେ ରହିବ ଚାଷୀ କୁଳ । ଯଦି ବର୍ଷା ନହୁଏ, ତେବେ କ୍ଷତି ସହିବ ବୋଲି ଅନେକ ଚାଷୀ ମତ ଦେଇଛନ୍ତି ।