ମାଗଣା ସ୍ୱାସ୍ଥ୍ୟସେବା ଶିବିର

କବାଟବନ୍ଧ : ଧର୍ମଶାଳା ବ୍ଲକ୍ ରାମପୁର କଇଥାରେ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି  । ଶିବିରକୁ ଧନ୍ୱନ୍ତରୀ ହେଲ୍ଥ କେୟାର ଆଣ୍ଡ ଡାଇଗ୍ନୋଷ୍ଟିକ ସେଂଟର ପକ୍ଷରୁ ଆୟୋଜନ କରାଯାଇଥିଲା । ସମ୍ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଏନ୍ ମହେଶ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରୋଗୀମାନଙ୍କର ମଧୁମେହ,ହାଟ୍, ବ୍ଲଡ଼ପେସର,କୀଡୀନ ଭଳି ବିଭିନ୍ନ ରୋଗର ପରୀକ୍ଷା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଶିବିରକୁ ତାଳଜଙ୍ଗ ପଂଚାୟତ ପୂର୍ବତନ ସରପଞ୍ଚ ତାପସ ପଣ୍ଡା, ଜିତେନ୍ଦ୍ର ରାଉତ, ଜ୍ଞାନରଞ୍ଜନ ସାହୁ,ସାମ୍ବାଦିକ ଚିତ୍ରସେନ ନାଥ, ଭୀମସେନ ଓଝା, ନକୁଳ ରାଉତ ପରିଚାଳନାରେ ସହଯୋଗ କରିଥିଲେ ।