ନଗଡ଼ାରେ ଖଡିଛୁଅାଁର ଶୁଭାରମ୍ଭ କଲେ ଜିଲ୍ଲାପାଳ

 ଯାଜପୁର : ବୁଧବାର ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ନଗଡ଼ାରେ ଜିଲାସ୍ତରୀୟ ଖଡ଼ିଛୁଅାଁର ଶୁଭାରମ୍ଭ କରିଛନ୍ତି । ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଂଚାୟତ ନଗଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତକ କାର୍ଯ୍ୟକ୍ରମରେ ଡ. ଦୟାନିଧି ଦାଶଙ୍କ ଦ୍ୱାରା ବିଭୁବନ୍ଦନା ଗାନ ସହ ମଂଚ ପରିଚାଳନା କରାଯାଇଥିଲା । ପ୍ରାରମ୍ଭରେ  ଜିଲା ଶିକ୍ଷାଧିକାରୀ  ନିତ୍ୟାନନ୍ଦ ବାରିକ ସ୍ୱାଗତ ଭାଷଣ ସହ ଉତ୍ସବର ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ୯ ଜଣ ନଗଡାର ଶିଶୁଙ୍କୁ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଅତିଥିଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟ କରାଯାଇ, ସେମାନଙ୍କର ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପିଲାଙ୍କ ଉଦେ୍ଦଶ୍ୟରେ ଶିକ୍ଷକ ପ୍ରଶାନ୍ତ ଗୁଇଁ, ବସନ୍ତ କୁମାର ଦାସ, କଲ୍ୟାଣୀ ମହାରଣା ଏବଂ ତପନ କୁମାର ନାୟକ ବିଭିନ୍ନ ପ୍ରକାରର ଶିକ୍ଷଣ ଭିତିକ ସକ୍ରିୟାତ୍ମକ କାର୍ଯ୍ୟ ପରିବେଷଣ କରି ସମଗ୍ର ଶିଶୁଙ୍କ ମନୋରଞ୍ଜନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେଶମା ଟେଟେ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆ, ଜିଲାମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ସମାଜ ମଙ୍ଗଳ ଅଧିକାରିଣୀ, ଚିଙ୍ଗୁଡ଼ିପାଳ ସରପଞ୍ଚ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ରାଜେଶ ସ୍ୱାଇଁ ପ୍ରମୁଖ ଅତିଥି ଶିକ୍ଷାର ମହତ୍ୱ ଓ ଗୁରୁତ୍ୱ ଉପରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁକିନ୍ଦା ମଣ୍ଡଳ ଶିକ୍ଷଧିକାରୀ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରା ଶିକ୍ଷା ସଚେତନତା ରଥର ଶୁଭରମ୍ଭ କରାଯାଇଥିଲା ।  ପିଲାଙ୍କ ଦ୍ୱାରା ପ୍ରସ୍ତୁତ ସାକ୍ଷରତା ଷ୍ଟଲ, ସଂଖ୍ୟା ଜ୍ଞାନଷ୍ଟଲ ଓ ସୃଜନଶୀଳତା ଷ୍ଟଲ ପରିଦର୍ଶନ କରାଯାଇଥିଲା ।