ଭାଗବତ କଥାମୃତ ଆଲୋଚନାଚକ୍ର
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ପୌରପରିଷଦ ଆନ୍ତର୍ଗତ ଫକୀରପୁର ଆଦ୍ୟ ବ୍ରହ୍ମ ଭାଗବତ ଟୁଙ୍ଗି ପକ୍ଷରୁ ଭାଗବତ କଥାମୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଟୁଙ୍ଗି ତରଫରୁ ଭାଗବତ ଜ୍ଞାନ ଜ୍ୟୋତି ଯାତ୍ରା ମାଧ୍ୟମରେ ଯୁବ ପିଢ଼ିକୁ ଭାଗବତ ମହାପୁରାଣ ଓ ଶ୍ରୀମଦ ଭାଗବତ ଗୀତା ପଠନ ଶ୍ରବଣ ଦ୍ୱାରା ଶୃଙ୍ଖଳା ଜ୍ଞାନର ବାର୍ତ୍ତା ଦେଇ ମାନବ ସମାଜରେ ତା'ର ପ୍ରଚାର ପ୍ରସାର ଦିଗରେ କିପରି ବ୍ରତୀ ହୋଇପାରିବ ସେନେଇ ନୀତି ଜ୍ଞାନ ଦିଆଯାଇଥିଲା । ସଭାପତି ସରୋଜ କୁମାର ସାହୁଙ୍କ ପୈରୋହିତ୍ୟ ଓ ଉପସ୍ଥାପନରେ ବହୁ ଭାଗବତ ପ୍ରେମୀ ଉପସ୍ଥିତ ହୋଇ ଭାଗବତ ରସାମୃତ ପାନ କରିଥିଲେ । ସେଥିମଧ୍ୟରୁ ବୈଦ୍ୟନାଥ ସାହୁ, ଅଭିମନୁ୍ୟ ସାହୁ, କେନ୍ଦୁଝର ଜିଲ୍ଲାର ଭାଗବତ ସମିତିର ସଭାପତି ଅଯୋଧ୍ୟା ଘଡେଇ ଭାଗବତ ରସାମୃତ ପ୍ରଦାନ କରିଥିବା ବେଳେ ନୃସିଂହ ଦତ ଓ ଗଙ୍ଗାଧର ସାହୁ ଘଟ ସ୍ଥାପନ କରିଥିଲେ । ରମାକାନ୍ତ ଓଝା, ଘନଶ୍ୟାମ ରଣା ଓ ନାରାୟଣ ବାରିକ ତୁଳସୀ ବନ୍ଦନା କରିଥିଲେ । ଗୋପାଳ ଚନ୍ଦ୍ର ଦାସ ଭାଗବତ ମହାପୁରାଣର ପ୍ରଥମ ଅଧ୍ୟାୟ ଓ ବନ ପର୍ବ ଗାନ କରିଥିଲେ । ଏଥିରେ ଅମୀୟ ପଟ୍ଟନାୟକ,ବସନ୍ତ ସାହୁ, ହରିହର ସାହୁ,ବିଜୟ ସେଣ୍ଢ, ଅନନ୍ତ ଖଟୁଆ, ଅନୀଲ ସାହୁ, ସଞ୍ଜୟ ଓଝା ଓ ପ୍ରକୃତି ପ୍ରେମୀ ତ୍ରିଲୋଚନ ସାହୁ ଆଦି ଜ୍ଞାନ ପିପାସୁ ଶ୍ରବଣ କରି ରସାମୃତ ପାନ କରିଥିଲେ ।