ବର୍ଷାରେ ଭାଙ୍ଗିଲା ଘର, ଦୁଇ ଶିଶୁ ଗୁରୁତର

 ନୀଳଗିରି : ଲଗାତାର ୪ଦିନ ଧରି ଲଘୁଚାପ ବର୍ଷାରେ ଯୋଗୁଁ ନୀଳଗିରିର ନାହିଁ ନ ଥିବା ଅସୁବିଧାରେ ଲୋକେ ପଡିଛନ୍ତି । ଗତ ଗୁରୁବାର ଦିନ ତମାମ୍ ବର୍ଷା ଯୋଗୁଁ ମିତ୍ରପୁର୍ ଚର୍ଚ୍ଚ ନିକଟରେ ଥିବା ଗନ୍ଧିଆ ସିଂର ଆଜବେଷ୍ଟ ଛପର ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବାବେଳେ ଘରେ ଥିବା ଦୁଇ ପିଲାଙ୍କ ଉପରେ ଛପର ପଡିଯିବାରୁ ଗୁରୁତର ହୋଇଥିବାର ଜଣାପଡିଛି । ଦୁଇ ପିଲା ଏବେ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଏପଟେ ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଥିବାବେଳେ ସରକାରୀ ସହାୟତା କୁ ଚାହିଁ ବସିଛି ଗନ୍ଧିଆ । ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।