ବିଜେପିର ସାଂଗଠନିକ ବୈଠକ

 ବାଲେଶ୍ୱର: ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାରତ ମାତାଙ୍କ ପୂଜନ ଓ ସାମୂହିକ ବନେ୍ଦ ମାତରଂ ଗାନ ପରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ । ବୈଠକରେ ସାଂଗଠନିକ ବିଷୟବସ୍ତୁ ଓ ଆଗାମୀ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷ କରି ୬ ଅପ୍ରେଲ ଦଳୀୟ ପ୍ରତିଷ୍ଠା ଦିବସ ଓ ଶ୍ରୀରାମ ନବମୀ ଉତ୍ସବ ଏବଂ ୧୪ ଅପ୍ରେଲ ଭାରତରନô ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନକୁ ସରସ ସୁନ୍ଦର ଭାବରେ ପାଳନ କରିବା ପାଇଁ ଜିଲ୍ଲା ଭିତ୍ତିକ ଦାୟିତ୍ୱ ଅର୍ପଣ କରାଯାଇଛି । ବୈଠକରେ ରାଜ୍ୟ ଉପସଭାପତି ତଥା ବାଲେଶ୍ୱର କ୍ଲଷ୍ଟର ଦାୟିତ୍ୱରେ ଥିବା ବିରଞ୍ଚିନାରାୟଣ ତ୍ରିପାଠୀ ଅଂଶଗ୍ରହଣ କରି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ଓ ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଆଗାମୀ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ସୂଚନା ଦେଇଥିଲେ । ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୁବନେତା ଚନ୍ଦ୍ରଶେଖର ନନ୍ଦ ବୈଠକର ସଂଯୋଜନା କରିଥିବାବେଳେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।