କଳା ସଂସ୍କୃତି ସଂଘ ପୂର୍ବତନ ଉପସଭାପତିଙ୍କ ଦେହାନ୍ତ

 ରାଜକନିକା : ରାଜକନିକା ବ୍ଲକ କଳା ସଂସ୍କୃତି ସଂଘ ପ୍ରତିଷ୍ଠାତା ବିଶ୍ୱନାଥ ନାୟକଙ୍କର ନିଜ ଗ୍ରାମ ଝାଡମାଳ, କାଟଣା ସ୍ଥିତ ବାସ ଭବନରେ କର୍କଟ ରୋଗରେ ଚିକିତ୍ସିତ ଅବସ୍ଥାର ୭୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ନିକଟରେ ତାଙ୍କର ଧର୍ମପତ୍ନୀ, ଦୁଇ ପୁଅ ବୋହୁ ଏବଂ ସମସ୍ତ ପରିବାର ଉପସ୍ଥିତ ଥିଲେ । ଖବର ପାଇ ବ୍ଲକ କଳା ସଂସ୍କୃତି ସଂଘର କର୍ମ କର୍ତ୍ତା ସୁରେନ୍ଦ୍ର ମହାନ୍ତି, ବସନ୍ତ ରାୟ, ସୁରେଶ ମାହୁନ୍ତ, ସଦାନନ୍ଦ ଶତପଥୀ, ବିଶ୍ୱମ୍ବର ରଣା, ଯୋଗେଶ୍ୱର ପ୍ରଧାନ, ରବି ମିଶ୍ର, ରଞ୍ଜିତା ବେହେରା, ସୁଲେଖା ନାୟକ, କଳାକାରଙ୍କ ସମେତ ସମ୍ପାଦକ ଅଶୋକ ଗିରି ତାଙ୍କ ମର ଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ । ସେଠାରେ ତାଙ୍କର ପୁଅ ବିଜନ ମୁଖାଗ୍ନି ଦେଇଥିଲେ ବିଶ୍ୱନାଥ ନାୟକ ଜଣେ ଭଦ୍ର ନମ୍ର ଏବଂ ଉଚ୍ଚ କୋଟୀର ପାଲା ଗାୟକ ଥିଲେ । ତାଙ୍କ ବିୟୋଗରେ ସାରା ବ୍ଲକ୍ ରେ ଶୋକର ଛାୟା ଯାଇଛି  । ତାଙ୍କ ମୃତୁ୍ୟ ଖବର ପାଇ ବିଧାୟକ ପ୍ରତାପ ଦେବ, ବ୍ଲକ୍ ଅଧ୍ୟକ୍ଷା ମିନତି ରାଉତ, ପୂର୍ବତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବିକାଶ ଦାସ, ସଂଘ ଉପସଭାପତି ରବିନ୍ଦ୍ର ଶତପଥୀ, କଳାକାର ତଥା ନିଦେ୍ର୍ଦଶକ ଗୟାଧର ନାଥ ଓ ମୁଖ୍ୟ ଉପଦେଷ୍ଟା ଶ୍ରୀନିବାସ ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।