ବଳଙ୍ଗା ଛାତ୍ରୀ ପୋଡ଼ିର ପ୍ରତିବାଦ : ବିଭିନ୍ନ ଦଳ ପକ୍ଷରୁ ଜିଲ୍ଳାପାଳଙ୍କ ଅଫିସ ଘେରାଉ

ପୁରୀ : ରାଜ୍ୟରେ ଆଇନର ଶାସନ ବ୍ୟବସ୍ଥାରେ ଅବକ୍ଷୟ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ପ୍ରତିବାଦ କରି ଉକôଳ ରାଜ୍ୟ ମହିଳା ସମିତି ଏବଂ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସଙ୍ଗେ ସଙ୍ଗେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସିପିଆଇ, ସିପିଆଇଏମ୍  ଓ ସିପିଆଇଏମ୍ଏଲ୍ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ମୋଚି ସାହି ଛକ ଠାରୁ ଏକ ପ୍ରତିବାଦ ପଟୁଆର ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା । ବିକ୍ଷୋଭକାରୀମାନେ ବଳଙ୍ଗା ଥାନା ବାୟାବରର ପୀଡ଼ିତା ଛାତ୍ରୀ ସୁମିତା ଖାତୁନ୍ଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ, ମହିଳା ଟାସ୍କ ଫୋର୍ସ ଗଠନ, ଛାତ୍ରୀ ପୋଡ଼ି ଘଟଣାର ଦୋଷୀମାନଙ୍କୁ ଗିରଫ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟ ଦ୍ୱାରା ବିଚାର, ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନାର ବିଚାର ପାଇଁ ମହିଳା ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ କମିଶନ ଗଠନ ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ । ପ୍ରତିବାଦ ସଭାରେ ଉଦ୍ବୋଧନ ଦେଇ ସଂପୃକ୍ତ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଇସ୍ତଫା ଦାବି କରାଯାଇଥିଲା । ବିକ୍ଷୋଭକାରୀଙ୍କ ପକ୍ଷରୁ ପୁରୀ ଜିଲ୍ଳାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରତିବାସ ଦଭାରେ ଉକôଳ ମହିଳା ସମିତିର ଜିଲ୍ଳା ସଭାନେତ୍ରୀ ବିଦୁଲତା ପୃଷ୍ଟି, ଗଣତାନ୍ତ୍ରିକ ମହିଳା ସମିତି ନେତ୍ରୀ ଜ୍ୟୋସ୍ନାରାଣୀ ସୁବୁଦ୍ଧି, ସିପିଆଇର ରାଜ୍ୟ କାର୍ଯ୍ୟକାରୀ କମିଟୀ ସଦସ୍ୟ ବ୍ରଜବନ୍ଧୁ ପ୍ରଧାନ, ସାମଜସେବୀ ପବିତ୍ର ମୋହନ ଦଳାଇ ଓ ସୁରେନ୍ଦ୍ର ତପସୁ ପ୍ରମୁଖ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।