ଅଜଗର ପାଇଁ ରାସ୍ତାଜାମ
ବାରଙ୍ଗ : ରାଜ ରାସ୍ତାରେ ବୁଲୁଛି ୧୦ ଫୁଟିଆ ଅଜଗର ସାପ । ଏହି ସାପ ଟି ରାସ୍ତା ପାର ହେଉଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦେଖି ଅଟକି ଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଥିଲା । ଏଭଳି ଦୃଶ୍ୟ ବାରଙ୍ଗ ଥାନା ଅନ୍ତର୍ଗତ ବାରଙ୍ଗ ମେଡିକାଲ ଛକ ରୁ ନନ୍ଦନକାନନ କୁ ସଂଯୋଗ କରୁଥିବା ନୂଆ ରାସ୍ତାରେ ଦେଖିବାକୁ ମିଳିଛି । ସୋମବାର ରାତିରେ ଏହି ଅଜଗରଟି ରାସ୍ତା କଡ଼ରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଧୀରେ ଧୀରେ ସାପ ଟି ମୁଖ୍ୟ ରାସ୍ତା କୁ ଚାଲି ଆସିଥିଲା । ସାପକୁ ଦେଖିବା ପାଇଁ ଦେଖେଣାହାରିଙ୍କ ଭିଡ ଜମିଥିଲା । ପରେ କିଛି ଲୋକ ସ୍ନେକ ଉଦ୍ଧାରକାରୀ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ଧିରେ ଧିରେ ରାସ୍ତା ଜାମ କମିଥିଲା । ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି । ତେବେ ଜଙ୍ଗଳରୁ ଖାଦ୍ୟ ଅନ୍ୱେଷଣରେ ଏହି ବିଶାଳ ଅଜଗରଟି ରାସ୍ତା ଉପରକୁ ଚାଲିଆସିଥିବା ଅନୁମାନ କରାଯାଉଛି ।