ମୃତ ପରିବାରକୁ ସହାୟତା
ପଟ୍ଟାମୁଣ୍ଡାଇ: ଚଳିତବର୍ଷ ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ପ୍ରଳୟଙ୍କରୀ ବନ୍ୟାରେ ଭାସି ଯାଇ ପାଳପଟଣା ଗ୍ରାମର ଦୀନବନ୍ଧୁ ଧଳ ( ୬୫) ମୃତୁ୍ୟବରଣ କରିଥିଲେ । ମୃତ ପରିବାରକୁ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଫାଉଣ୍ଡେସନର ଆବାହକ ଉତ୍ତମ କୁମାର ଖୁଣ୍ଟିଆଙ୍କ ନିଦେ୍ର୍ଦଶରେ ସଂଗଠନର କର୍ମକର୍ତ୍ତା ପ୍ରେମରଞ୍ଜନ ପଣ୍ଡା, ବିପିନ ବିହାରୀ ସେଠୀ, ପ୍ରକାଶ କୁଣ୍ଡ, ସଞ୍ଜୟ ରାଉତ, ଦୁର୍ଯ୍ୟଧନ ପରିଡା, ଧୀରେନ ସାହୁ, ସଞ୍ଜୀବ ମାନ୍ଧାତା, ସତ୍ୟରଞ୍ଜନ ବେହେରା, ଅଜୟ ସେଠୀ, ପ୍ରଶାନ୍ତ ସାହୁ ପ୍ରମୁଖ ସ୍ୱର୍ଗତ ଦୀନବନ୍ଧୁ ଧଳଙ୍କ ଘରେ ପହଁଞ୍ଚି ସମବେଦନା ଜ୍ଞାପନ କରିବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଏଥି ସହିତ ପ୍ରଶାସନିକ ସ୍ତରରେ ମୃତ ପରିବାରକୁ ସମସ୍ତ ସହାୟତା ମିଳିବା ଦିଗରେ ଉଦ୍ୟମ ଜାରି ରଖିବାକୁ ଫାଉଣ୍ଡେସନ କର୍ମକର୍ତା ମାନେ ପ୍ରତିଶ୍ରୁତି ଦେଇଥିଲେ ।