ବଳଦେବଜୀଉ ପାୱାରଲୁମ୍ କାର୍ଯ୍ୟକ୍ଷମ ଦାବି
କେନ୍ଦ୍ରାପଡା : ରାଜ୍ୟ ସରକାର ରାଜ୍ୟରେ ୮ଟି ସ୍ଥାନରେ ବୟନ ଶିଳ୍ପର ପ୍ରସାର ପାଇଁ ନୀତିଗତ ନିଷ୍ପତି ଗ୍ରହଣ କରିଛନ୍ତି । ଏହାକୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସ୍ୱାଗତ ଜଣାଉଛି । ମାତ୍ର କେନ୍ଦ୍ରାପଡା ଜିଲ୍ଲାରେ ଏକମାତ୍ର ଶିଳ୍ପ ବଳଦେବଜୀଉ ପାୱାରଲୁମ୍ ରାଜ୍ୟରେ ଗାମୁଛା, ଲୁଙ୍ଗି, ଧୋତି ଆଦି ତିଆରି କରି ଲୋକମାନଙ୍କୁ ନିଯୁକ୍ତି ଦେବା ସହ କପଡା ଶିଳ୍ପର ଚାହିଦା ମେଣ୍ଟାଉଥିଲା । ଦୀର୍ଘଦିନ ଧରି ତାହା ଅଚଳ ହୋଇ ପଡିରହିଛି । ଜଗତସିଂହପୁର ଜିଲ୍ଲାର ସାରଳା ସୁତା ମିଲ୍କୁ ପୁନଃ ଉଦ୍ଧାର କରିବା ପାଇଁ ସରକାର ଯୋଜନା କରୁଛନ୍ତି । କେନ୍ଦ୍ରାପଡାର ବଳଦେବଜୀଉ ପାୱାରଲୁମ୍କୁ ପୁନଃ ଉଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ସଭାପତି ଡ. ଅଲେଖ ଚନ୍ଦ୍ର ପଢିଆରୀ, ଉପଦେଷ୍ଟା ଅଧ୍ୟାପକ ନନ୍ଦ କିଶୋର ପରିଡା, ବୈଷ୍ଣବ ଚରଣ ସ୍ୱାଇଁ, ଡ. ଉପେନ୍ଦ୍ର ନାଥ ପ୍ରଧାନ, ଆଦିକନ୍ଦ ରାଉଳ, ରାଜକୁମାର ବିଶ୍ୱାଳ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ପ୍ରଭାକର ସାମଲ, ଦିଲ୍ଲୀପ ମିଶ୍ର ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।