ଶ୍ରଦ୍ଧାଞ୍ଜଳି ସମାରୋହ-୨୦୨୫

 ଚାନ୍ଦବାଲି : ପରମପୂଜ୍ୟ ଗୁରୁ ଶ୍ରୀ ଦେବ ପ୍ରସାଦ ଦାସଙ୍କ "୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ-୨୦୨୫’ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ୧୬ ତାରିଖରେ ଭାରତ ନୃତ୍ୟ ଉନ୍ନୟନ ରନô ତ୍ରିଧାରା ପକ୍ଷରୁ ସଭାପତି ସିମାଞ୍ଚଳ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଶିଷ୍ଟ ଅତିଥି ଭାବରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ୍, ସମ୍ମାନିତ ଅତିଥି ତ୍ରୀଧାରାର ନିଦେ୍ର୍ଦଶକ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚାନ୍ଦବାଲି ବ୍ଲକର ଫାଇନ୍ ଆର୍ଟ ଓ ମୁ୍ୟଜିକ୍ କଲେଜ ମିରାମ୍ବିକାର  ଅଧ୍ୟକ୍ଷା ସାଗରିକା ମଲ୍ଲିକଙ୍କୁ ସଂଗଠନ ତରଫରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମିରମ୍ବିକା କଲେଜର ୫ ଜଣ କଳାକାରଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏହି ସଫଳତା ପାଇଁ ପ୍ରକୃତି ଓ ସଂସ୍କୃତି ଗବେଷକ ପ୍ରଫୁଲ୍ଲ କୁମାର ଦାସ ଓ ବିଶିଷ୍ଟ ଶିକ୍ଷାବିତ୍ ଅମୂଲ୍ୟ କୁମାର ରାଉତ ଶୁଭେଚ୍ଛା ଜଣାଇଛନ୍ତି ।