ଘଣ୍ଟପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା
ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ପଂଚାୟତରେ ସରପଂଚଙ୍କ ନାମରେ ୱାର୍ଡ଼ମେମ୍ବରମାନେ ସାଙ୍ଘାତିକ ଅଭିଯୋଗ ଆଣି ଉପଜିଲ୍ଲାପାଳଙ୍କୁ ଏ ନେଇ ଅନାସ୍ତା ପ୍ରସ୍ତାବ ଆଣିବାକୁ ଜଣାଇଛନ୍ତି । ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଥାଉକି, ଉକ୍ତ ପଂଚାୟତରେ ବର୍ତ୍ତମାନ ସରପଞ୍ଚ ସାଢ଼େ ତିନିବର୍ଷ ମଧ୍ୟରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ, ୱାର୍ଡ଼ମେମ୍ବରଙ୍କ ଗୁହାରି ଓ ଯେହେତୁ ମହିଳା ସରପଞ୍ଚ ସେ କେବେ କାର୍ଯ୍ୟାଳୟକୁ ନ ଆସି ତାଙ୍କ ସ୍ୱାମୀ ଛାୟା ସରପଞ୍ଚ ଭାବେ କାର୍ଯ୍ୟାଳୟରେ କିଛି ଯୁବକଙ୍କୁ ଧରି ସେଠାରେ ବସି ଗୁଣ୍ଡିଆ ବିଚାର କରିବା ସହ କାର୍ଯ୍ୟ କରିଥାନ୍ତି ବୋଲି ସେମାନେ ଏହା ପ୍ରକାଶ କରିଛନ୍ତି । ଏହି ପଞ୍ଚାୟତରେ ୨୨ଟି ୱାର୍ଡ଼ ମେମ୍ବର ରହିଥିବା ବେଳେ ସେଥିରୁ ଜଣଙ୍କର ପରଲୋକ ହୋଇଥିବା ବେଳେ ବର୍ତ୍ତମାନ ୨୧ଜଣ ୱାର୍ଡ଼ ମେମ୍ବର ରହିଛନ୍ତି ଓ ସେଥି ମଧ୍ୟରୁ ୨, ୩, ୪, ୫ , ୬, ୭, ୮, ୯, ୧୯, ୨୦, ୨୧, ୨୨ ଓ ୨୩ ନମ୍ବର ୱାର୍ଡ଼ମେମ୍ବରଙ୍କ ଦସ୍ତଖତରେ ତାଳଚେର ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ତେଣୁ ଅଧାରୁ ଅଧିକ ଅସନ୍ତୁଷ୍ଟ ରହିଥିବା ଏଥିରୁ ଜଣାପଡ଼ୁଥିବା ବେଳେ ଏହି ଅନାସ୍ତ ପ୍ରସ୍ତାବ କେଉଁ ଆଡ଼େ ଗତି କରିବ ତାହା ଦେଖିବାକୁ କେବଳ ବାକି ରହିଛି ।