ବସନ୍ତ କବିତା ଆସର

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ପଦିନାରାୟଣପୁର ପ୍ରାଣକୃଷ୍ଣ ଧଳ ପାଠାଗାର ଆନୁକୂଲ୍ୟରେ ବସନ୍ତ କବିତା ଆସର କବି ପୁରୁଷୋତ୍ତମ ଧଳଙ୍କ ପୌରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ କବି ସନ୍ତୋଷ କୁମାର ସାହୁ, ଜଗନ୍ନାଥ ନାୟକ, ଘନଶ୍ୟାମ ସାହୁ, ନାରାୟଣ ପୋଥାଳ, ଭରତ ଦାସ, ଶରତ କୁଣ୍ଡୁ, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଯୋଗଦେଇ ଋତୁରାଜ ବସନ୍ତର ନୈସର୍ଗିକ ଅନୁଭବକୁ କବିତା ମାଧ୍ୟମରେ କବି ଜୀବନ୍ତଭାବେ ଉପସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରୟାସ କରିଥାଏ ବୋଲି ବକ୍ତବ୍ୟରେ କହିବା ସହ ସ୍ୱରଚିତ କବିତା ପାଠ କରିଥିଲେ । ହିମାଂଶୁ ରାଉତ ସ୍ୱାଗତ ଭାଷଣ ଓ ନାରାୟଣ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।