ବସନ୍ତ କବିତା ଆସର
ବେତନଟୀ : ବେତନଟୀ ମୟୁର ସାହିତ୍ୟ ସଂସଦ ଆନୁକୁଲ୍ୟରେ "ବସନ୍ତ କବିତା ଆସର’ ସ୍ଥାନୀୟ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କବି ଭାସ୍କର ଚନ୍ଦ୍ର ଦ୍ୱିବେଦୀ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ଯତୀନ୍ଦ୍ରନାଥ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରେମ ଓ ଫଲଗୁର ମିଳନସ୍ୱରରେ ବସନ୍ତକୁ ସ୍ୱାଗତ ଶୀର୍ଷକ କବିମାନଙ୍କ କଲମ ମୁନରେ କବିତାଞ୍ଜଳି ପରିପୁଷ୍ଟ ହୋଇଥିଲା । କବୟିତ୍ରୀ ସବିତା ମହାନ୍ତି, ସୌଦାମିନୀ ପଣ୍ଡା, ମନ୍ଦାକିନୀ ସାହୁ, କବି ଗୌତମଚନ୍ଦ୍ର ବେହେରା ବାସୁଦେବ ନାପିତ, ପ୍ରିୟ ନାଥ ପାଣି, ମୀନକେତନ ମହାନ୍ତି, ରତିକାନ୍ତ ବେହେରା, ସହଦେବ ଗିରି, ଦୁର୍ଯେ୍ୟାଧନ ସିଂ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ଆଗାମୀ ବାର୍ଷିକ ଉତ୍ସବ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କମଳ ଲୋଚନ କର, ବିଜୟ ଦ୍ୱିବେଦୀ, ରବୀନ୍ଦ୍ରନାଥ ଖଟୁଆ, ପ୍ରଭାକର ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।