ଅଳସୁଧା ବିଦ୍ୟାଳୟର ବାର୍ଷିକ ଉସବ 

 ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅଳସୁଧା ପଞ୍ଚାୟତ ଅଳସୁଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବରେ ମୁଖ୍ୟ ଅତିଥି ଭାବେ ପଂଚାୟତର ସରପଞ୍ଚ ଭ୍ରମର ବର ସ୍ୱାଇଁ ଯୋଗଦେଇ ଉଦଘାଟନ କରିଥିଲେ, କନକଦୁର୍ଗା କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆର୍ତ୍ତତ୍ରାଣ ଦାସ ସ୍ୱାଗତ ଭାଷଣ ଓ ପ୍ରଧାନଶିକ୍ଷୟିତ୍ରୀ ପ୍ରେମଲତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଉସôବରେ ମୁଖ୍ୟ ବକ୍ତା ଭାବେ ପଂଚାୟତ ସମିତି ଉପାଧକ୍ଷ ରତି ରଞ୍ଜନ ବେହେରା, ଓଷ୍ଟା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ, ପୂର୍ବତନ ସି ଆର ସି ସି ପ୍ରଦୀପ କୁମାର ସ୍ୱାଇଁ, ପଣସପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଧା ମୋହନ ଚକ୍ରବର୍ତ୍ତୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗବନ୍ଧୁ ଓଝା, ସୁରେନ୍ଦ୍ର କୁମାର ନାୟକ, ଭାଗ ନେଇ ଉସôବକୁ ପରିଚାଳନାରେ ସହଯୋଗ କରିଥିଲେ । ଜ୍ୟୋତି ଜିଜ୍ଞା ଓଝା,ପ୍ରଭାତି ସାହୁ ଓ ନେହା ଦାସ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।