ଦିନ ଦ୍ୱିପ୍ରହରେ ଲୁଟି ନେଲେ ଦୁର୍ବୃତ୍ତ

ତାଳଚେର: ତାଳଚେର ଟାଉନ ଥାନାରୁ ମାତ୍ର ୩କିମି ଦୂର ହେବ କଣ୍ଢାଳ ପଂଚାୟତ ବାଲୁଙ୍ଗା ଖମାର ଗ୍ରାମର ଯଗଦିଶ ଭୂତିଆଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ଜାଣି ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶି ଗଡ୍ରେଜ୍ରେ ଥିବା ସୁନାକାନ ଫୁଲ ଓ ନଗଦ ୭ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ପରିବାର ବର୍ଗ ଘରକୁ ଆସି ଦେଖିବା ପରେ ଗଡ୍ରେଜ୍ ଭଙ୍ଗାଯାଇ ସେଥିରେ ରହିଥିବା ବିଭିନ୍ନ କାଗଜପତ୍ର ଏଣେତେଣେ ପଡିଥିବା ସହ ସେଥିରେ ଥିବା କାନଫୁଲ ଟଙ୍କା କେହି ନେଇ ଫେରାର୍ ହୋଇଯାଇଛନ୍ତି ବୋଲି ଜଗଦିଶଙ୍କ ଧର୍ମପନôୀ ଏହା ପ୍ରକାଶ କରିଛନ୍ତି  । ସେହିଭଳି ଗତକାଲି ତାଳଚେର ସଦରଥାନା ନିକଟବର୍ତ୍ତୀ ବାଘୁଆବୋଲ ଗ୍ରାମରେ ଏକ ବାଇକ୍ ଯୋଗେ ଦୁଇଜଣ ଦୁର୍ବୃତ୍ତ ଆସି ଜଣେ ମହିଳାଙ୍କୁ କୌଣସି ଏକ ଅଜଣା ବ୍ୟକ୍ତିର ଠିକଣା ପଚାରି ମହିଳା ଜଣଙ୍କ ବେକ୍ରେ ଲଗାଇଥିବା ସୁନାଚେନକୁ ଝାମ୍ପିନେଇ ଦୁର୍ବୃତ୍ତ ମାନେ ଆଖିପିଛୁଳାକେ ଛୁ’ ମାରିଥିଲେ । ଉଭୟ ଚୋରି ଘଟଣା ଦିନଦ୍ୱିପ୍ରହରେ ଘଟି ଯାଉଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଏଠାରେ ତାଳଚେର ପୁଲିସ୍ର ପାରିବାପଣିଆକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଛି । ଏଭଳି ଭାବେ ଶିଳ୍ପନଗରୀ ତାଳଚେର ଅଂଚଳରେ ଚୋରି ରାହାଜାନି ଦୈନନ୍ଦିନ ଘଟୁଥିଲେ ମଧ୍ୟ ପୁଲିସ ଏହାର ଟେର୍ ପାଇପାରୁନଥିବା କୁହାଯାଉଛି ।