ବାଇକରୁ ଖସି ମହିଳାଙ୍କ ମୃତୁ୍ୟ
ନୀଳଗିରି: ବାଇକରେ ପୁଅ ଓ ଭାଇଙ୍କ ସହିତ ଜଣେ ମହିଳା ଯାଉଥିବାବେଳେ ହଠାତ୍ ବାଇକରୁ ଖସିପଡିବା ଫଳରେ ପଛରୁ ଆସୁଥିବା ଏକ ଟ୍ରକ ମହିଳାଙ୍କ ଗୋଡ ଉପରେ ମାଡ଼ିଯିବାରୁ ମହିଳା ଜଣକ ଗୁରୁତର ଆହତ ହୋଇ ଚିକିସôା ପାଇଁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ପ୍ରହରାଜପୁର ଗ୍ରାମର କୁସୁମ ଜେନା(୫୦) ନାମକ ଜଣେ ମହିଳା, ମହିଳାଙ୍କ ଭାଇ ଓ ପୁଅ ବସନ୍ତଙ୍କ ସହିତ ମଟର ସାଇକେଲରେ ବସି ବରହମପୁର ଅଞ୍ଚଳକୁ ଯାଉଥିବା ସମୟରେ ମଧ୍ୟାହ୍ନ ପ୍ରାୟ ୧୨.୩୦ସମୟରେ ପୋଡାଶୂଳ ନିକଟରେ ହଠାତ୍ କୁସୁମ ମଟରସାଇକେଲରୁ ଖସିପଡ଼ି ଥିଲେ । ଫଳରେ ପଛପଟୁ ଧାନ ବୋଝେଇ ପାଇଁ ଯାଉଥିବା ଟ୍ରକଟି ମହିଳାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା । ତୁରନ୍ତ ମହିଳା ଜଣଙ୍କୁ ନୀଳଗିରି ହସ୍ପିଟାଲ୍ ଅଣାଯାଇ ପ୍ରାଥମିକ ଚିକିସôା କରାଯାଇ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଚିକିସôାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି ।