ଆରଏମସି ନିର୍ବାଚନରେ ବିଜୟୀ ରବୀନ୍ଦ୍ରଙ୍କୁ ସମ୍ବର୍ଦ୍ଧନା
କୋରେଇ : ଯାଜପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି ) ନିର୍ବାଚନ ପଞ୍ଚାୟତ ନିର୍ବାଚନ ମଣ୍ଡଳୀ ସଦସ୍ୟ ଭାବେ ନିର୍ବାଚିତ କୋରେଇ ବ୍ଲକ୍ ସାଦକପୁର ସରପଞ୍ଚ ରବୀନ୍ଦ୍ର ବେହେରାଙ୍କୁ ବିଜେଡ଼ି କର୍ମୀ ଏବଂ କାର୍ଯ୍ୟକର୍ତା ସମ୍ବର୍ଦ୍ଧିିତ କରିଛନ୍ତି । ୪୯୦ଖଣ୍ଡ ଭୋଟରୁ ୪୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ରବିନ୍ଦ୍ର ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ରବିନ୍ଦ୍ର ତାଙ୍କ ବିଜୟର ଶ୍ରେୟ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରାକ୍ତନ ଯାଜପୁର ପୌରପାଳ ଭବ ପ୍ରସାଦ ଦାସ, ବିଜେଡିର ସମସ୍ତ ନେତୃବର୍ଗ ଓ ସର୍ବୋପରି ଭୋଟରଙ୍କୁ ଦେଇଛନ୍ତି । ତାଙ୍କର ଏହି ବିଜୟରେ କୋରେଇର ବିଜେଡି ନେତୃବୃନ୍ଦ ବିଭିନ୍ନ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ ଶୁଭେଚ୍ଛା ଜଣାଇଛନ୍ତି ।