ସ୍କିମ୍ ୱାର୍କରର୍ସଙ୍କୁ ଶ୍ରମିକ ମାନ୍ୟତା ଦାବି : ଜିଲ୍ଲାପାଳଙ୍କୁ ଏଆଇଟିୟୁସିର ଦାବିପତ୍ର ପ୍ରଦାନ
ବାଲେଶ୍ୱର: ଏଆଇଟିୟୁସିର ଆହ୍ୱାନରେ ସୋମବାର ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଭାରତୀୟ ଶ୍ରମ ସମ୍ମିଳନୀର ୪୪ ଓ ୪୫ର ନିଷ୍ପତ୍ତି ଅନୁଯାୟୀ ସମସ୍ତ ସ୍କିମ୍ ୱାର୍କରର୍ସ ଯଥା - ଅଙ୍ଗନବାଡ଼ି, ଆଶା, ପାଚିକା, ସହାୟିକା, ଜଳସାଥୀ ଓ କୃଷକ ସାଥୀଙ୍କ ସମେତ ସମସ୍ତ ସରକାରୀ ସ୍କିମ୍ରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ ଦାବି ସହ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ସମୟରେ ସାଂପ୍ରତିକ ବଜାର ଦର, ଶ୍ରମିକ ପରିବାରର ଶିଶୁ ଓ ନିର୍ଭରଶୀଳ ପିତାମାତା ଏବଂ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ଖର୍ଚ୍ଚକୁ ବିଚାରକୁ ନେବା ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ଶ୍ୟାମସୁନ୍ଦର ଜେନା, ଉପସଭାପତି ମାୟାଧର ନାୟକ, ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଶରତ ଚନ୍ଦ୍ର ଦଳାଇ, ଆରତୀ ଦାସ ମହାପାତ୍ର, ଅନ୍ନପୂର୍ଣ୍ଣା ପ୍ରଧାନ, ପଦ୍ମାବତୀ ନାୟକ, ଦୁକୁଲ ଚନ୍ଦ୍ର ଘଡ଼ାଇ ଓ ସଂଗ୍ରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।