ପଞ୍ଚଲିଙ୍ଗେଶ୍ୱର ପୀଠରେ ଅନ୍ନଛତ୍ର 

ନୀଳଗିରି : ପ୍ରତେକ ବର୍ଷ ପରି ଚଳିତ ବର୍ଷ ବୈଶାଖ ମାସ ଶେଷ ସୋମବାରରେ ପଞ୍ଚଲିଙ୍ଗେଶ୍ୱରକୁ ଆସୁଥିବା ସାହସ୍ରାଧିକ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନଙ୍କୁ ଯାତ୍ରୀ ସୁରକ୍ଷା କମିଟି ତଥା ଦୋକାନୀ ସଂଘ ତରଫରୁ ଅନ୍ନଛତ୍ର କାର୍ଯ୍ୟକ୍ରମ କରି ବାବାଙ୍କ ପ୍ରସାଦ ବଣ୍ଟନ କରାଯାଇଛି । ସକାଳ ୮ ଘଟିକାରେ ବାବାଙ୍କ ଠାରେ କମିଟି ପକ୍ଷରୁ ପୂଜାର୍ଚ୍ଚନା କରି ସାରିବା ପରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଉକ୍ତ ସମୟରେ ବାବାଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠି, ମନୋରଞ୍ଜନ ଦାସ, ନ୍ୟାୟବ ସରପଞ୍ଚ ମାଳତୀ ନାୟକ, ସମିତି ସଭ୍ୟ ଭୋଳାନାଥ ମକ୍ଷଝି, ପ୍ରଶାନ୍ତ ବିଶ୍ୱାଳ, ଗୋବିନ୍ଦ ଦାସ, ସିଦ୍ଧାର୍ଥ ସେଠି,  ବାସୁଦେବ ଜେନା, ରାଜେନ୍ଦ୍ର ବେହେରା, ନରେନ୍ଦ୍ର ସେଠି, ବିଶ୍ୱଜିତ ମଲ୍ଲିକ, ହରିହର ସେଠିଙ୍କ ସମେତ ସମସ୍ତ ଦୋକାନୀମାନେ ସହଯୋଗ କରିଥିଲେ ।