ମା’ ଭୁଦାରଚଣ୍ଡୀଙ୍କ ଆଶୀର୍ବାଦ ନେଲେ ଝାଡ଼ଖଣ୍ଡ ବିଧାୟକ 

ନୀଳଗିରି: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ନୀଳଗିରି ସଜନାଗଡ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଦାରଚଣ୍ଡୀଙ୍କ ଦର୍ଶନ ସହିତ ମା'ଙ୍କ ଆଶୀର୍ବାଦ ନେଇଛନ୍ତି ପଡୋଶୀ ଝାଡ଼ଖଣ୍ଡର ବିଧାୟକ ତଥା ଓଡ଼ିଆ ପୁଅ ସମୀର ମହାନ୍ତି । ନିଜ ଭଉଣୀଘର ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ କାକବରେହି ଆସିଥିବା ବେଳେ ସୋମବାର ପନôୀ ନୈନା ମହାନ୍ତି ଏବଂ ଭଣଜା ତଥା ରାଜ୍ୟ ଯୁବବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ସହିତ ଆସି ମା'ଙ୍କ ଦର୍ଶନ କରିବା ସହିତ ବିଶେଷ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ମୁଖ୍ୟପୂଜକ ବିଜୟ କୁମାର ପଣ୍ଡା ଉଭୟ ପତିପନôୀଙ୍କର ଶୁଭମନାସି ମା'ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ଚଳିତବର୍ଷ ଝାଡ଼ଖଣ୍ଡ ନିର୍ବାଚନରେ ସେ ନିଜର ପ୍ରତିଦ୍ୱନ୍ଦୀ ବିଜେପିର ଦିନେଶନନ୍ଦ ଗୋସ୍ୱାମୀଙ୍କୁ ପରାଜିତ କରି ପୁନର୍ବାର ଜେଏମଏମ ଦଳରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ବହଳାଗଡା