ନୀଳଗିରିରେ ଝାଡଖଣ୍ଡୀ ହାତୀପଲ, ଚାଷୀକୂଳ ଆତଙ୍କିତ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ । ଝାଡଖଣ୍ଡ ଦଲମା ଜଙ୍ଗଲରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବର୍ଡର ପାରି ହୋଇ ଶନିବାର ୫୫ ଟିକିଆ ହାତୀ ପଲ ଦଳ ଦଳ ହୋଇ ନୀଳଗିରି ପହଞ୍ଚôଛନ୍ତି । ରେଞ୍ଜ ଅଧିନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ହାତି ଆସୁଥିବା ରାସ୍ଥାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ମଧ୍ୟରେ ୨୬ଟି ମାଈ, ୧୩ରୁ ଦନ୍ତା ହାତୀ ଥିବା ବେଳେ ୧୬ ଛୁଆ ହାତୀ ଅଛନ୍ତି । ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଗଂଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀପଲ ଆସୁଥିବାର ଖବର ପାଇ ଚାଷୀକୁଳ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେଣୁ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବାଡ ଗୁଡିକୁ ଜରୁରୀ କାଳିନ ଭିତ୍ତିରେ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ବନବିଭାଗ ଡାକବାଜି ଯନ୍ତ୍ର ମାଧ୍ୟମରେ ହାଣ୍ଡିଆ, ମହୁଲ, ମାଦକଦ୍ରବ୍ୟ ନ ରଖିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ନୀଳଗିରି ରେଞ୍ଜର ଆଇସା ଅକ୍ତାରି ନିସାଙ୍କ ନେତୃତ୍ୱରେ ୩୦ରୁ ଉଦ୍ଧ୍ୱର୍ ବନ କର୍ମଚାରୀମାନେ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖିଛନ୍ତି । ହାତୀପଲ ଯେପରି ଜନବସତି ମୁହାଁ ହେବେ ନାହିଁ ସେଥିପ୍ରତି ବିଭାଗ ସଜାଗ ରହର ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ମଧ୍ୟରେ ୨୬ଟି ମାଈ, ୧୩ରୁ ଦନ୍ତା ହାତୀ ଥିବା ବେଳେ ୧୬ ଛୁଆ ହାତୀ ଅଛନ୍ତି । ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଗଂଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀପଲ ଆସୁଥିବାର ଖବର ପାଇ ଚାଷୀକୁଳ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେଣୁ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବାଡ ଗୁଡିକୁ ଜରୁରୀ କାଳିନ ଭିତ୍ତିରେ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ବନବିଭାଗ ଡାକବାଜି ଯନ୍ତ୍ର ମାଧ୍ୟମରେ ହାଣ୍ଡିଆ, ମହୁଲ, ମାଦକଦ୍ରବ୍ୟ ନ ରଖିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ନୀଳଗିରି ରେଞ୍ଜର ଆଇସା ଅକ୍ତାରି ନିସାଙ୍କ ନେତୃତ୍ୱରେ ୩୦ରୁ ଉଦ୍ଧ୍ୱର୍ ବନ କର୍ମଚାରୀମାନେ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖିଛନ୍ତି । ହାତୀପଲ ଯେପରି ଜନବସତି ମୁହାଁ ହେବେ ନାହିଁ ସେଥିପ୍ରତି ବିଭାଗ ସଜାଗ ରହିଛି ।