ପାନୀୟ ଜଳ ଉକôଟ ସମସ୍ୟା: ରାସ୍ତାରେ ଗରା, ବାଲଟି ରଖି ପ୍ରତିବାଦ
ନୀଳଗିରି: ବଣ ପାହାଡ଼ ଘେରା ଆଦିବାସୀ ଅଧୁ୍ୟଷିତ ଅଞ୍ଚଳ ଭାବେ ପରିଚିତ ନୀଳଗିରି ଉପଖଣ୍ଡରେ ଏବେ ପାନୀୟ ଜଳ ସମସ୍ୟା ଉକôଟ ଅବସ୍ଥାରେ ପହଞ୍ଚôଛି । ଏଭଳି ସଂଗୀନ ଅବସ୍ଥା ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ଜାମୁବଣି ଗ୍ରାମରେ ଦେଖିବାକୁ ମିଳିଛି । ପ୍ରତିବାଦ ସ୍ୱରୂପ ଆଜି ଗ୍ରାମବାସୀମାନେ ମିତ୍ରପୁର ଅଯୋଧ୍ୟା ରାସ୍ତା ନିକଟ ହାଟ ଛକ ଠାରେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବିଭଗୀୟ ଜେଇ ଶୁଭଲକ୍ଷ୍ମୀ ମହନ୍ତ ଓ ନୀଳଗିରି ଥାନା ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ବର୍ଷ ବର୍ଷ ଧରି ଉକ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଖରା ଦିନ ଆସିଲେ ଏଇଭଳି ଭାବେ ଗରା ବାଲିଟି ଧରି ପ୍ରତିବାଦ କରି ଆସୁଥିଲେ ହେଁ ବିଭାଗୀୟ ଅଧିକାରୀ କେବଳ ବୁଝାସୁଝା କରି ଫେରି ଆସୁଥିଲେ । କୌଣସି ସ୍ଥାୟୀ ସମାଧାନ ହେଉନଥିବାରୁ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।