ବାଇକ୍ ଧକ୍କାରେ ମହିଳା ଗୁରୁତର 

 ବୁଗୁଡା : ବୁଗୁଡ଼ା ବ୍ଲକର କଦମ୍ବମଠ ନିକଟରେ ବାଇକ୍ ଧକ୍କାରେ ଜନୈକା ମହିଳା ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ମହିଳା ଜଣକ ବୁଗୁଡା ଥାନା ଅନ୍ତର୍ଗତ ପାଣିକେଶର-ମହୁଲପଲ୍ଲୀ ଗ୍ରାମର ପ୍ରତାପ ଚନ୍ଦ୍ର ସାହୁଙ୍କ ପନôୀ ନମିତା ସାହୁ (୪୫)  । ପ୍ରକାଶ ଯେ, ଆଜି ରାତି ସାଢେ ଆଠଟା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ୍ସିଲ୍ ଗାଡିରେ ନିଜ ଗାଁ ମହୁଲପଲ୍ଲୀକୁ ଯାଉଥିବା ବେଳେ ପଛପଟୁ ଏକ ବାଇକ୍ ତାଙ୍କୁ କଦମ୍ବମଠ ନିକଟ ରାସ୍ତାରେ ଧକ୍କା ଦେଇଥିଲା । ଫଳରେ ମହିଳା ଜଣକ ଗାଡିରୁ ଛିଟିକି ପଡିଥିଲେ ଏବଂ ତାଙ୍କର ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ସେ ସଂଜ୍ଞାହୀନ ହୋଇପଡିଥିଲେ । ଏହି ସମୟରେ ସେହି ରାସ୍ତାରେ ଆସୁଥିବା ଏକ ଅଟୋ ଯୋଗେ ମହିଳା ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ପ୍ରାଥମିକ ଚିକିସôା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଓ ଅନ୍ୟ ଆରୋହୀ ଉଭୟେ ଅଟୋ ସହିତ ବୁଗୁଡା ମେଡିକାଲକୁ ଆସିଥିଲେ ହେଁ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜାଣିବା ପରେ ସେ ଦୁହେଁ ମେଡିକାଲରୁ ଚମ୍ପଟ ମାରିଥିଲେ । ଏ ନେଇ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।