ନିଟ୍‌ରେ ସଂଗ୍ରାମଙ୍କ କୃତିତ୍ୱ

ନିଟ୍‌ରେ ସଂଗ୍ରାମଙ୍କ କୃତିତ୍ୱ

ଆସିକା : ଆସିକା ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତର ସଂଗ୍ରାମ କେଶରୀ ସାହୁଙ୍କ ଚଳିତ ନିଟ୍‌ ପରୀକ୍ଷାରେ ସଫଳତା ହୋଇ ଆସିକା ଅଂଚଳରେ ସୁନାମ ଆଣିଛନ୍ତି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କଳିଙ୍ଗରୋଡ ବାସିନ୍ଦା ପିତା ଶଙ୍କର ସାହୁ ଓ ମାତା ଅନ୍ନଦା ସାହୁଙ୍କ ସୁପୁତ୍ର ଅଟନ୍ତି । ସେ ଆସିକା ମେଡିକାଲ ରେ କିଛି ଦିନ ହେଲା ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଚଳିତ ୨୦୨୫ ମସିହାରେ ହୋଇଥିବା ନ୍ୟାସନାଲ ବୋର୍ଡ ଅଫ ଏକଜାମିନଶନ ଇନ ମେଡିକାଲ ସାଇନ୍ସ ପକ୍ଷରୁ ନିଟ ପିଜି ପରୀକ୍ଷାରେ ୧୩୦୯୫ ନମ୍ବର ର‍୍ୟାଙ୍କ ରଖି ସଫଳତା ହୋଇଛନ୍ତି । ଏହାପରେ ସେ ମେଡ଼ିସିନ କିମ୍ବା ସର୍ଜରୀ ବିଭାଗ ର ବିଶେଷଜ୍ଞ ହେବାର ଲକ୍ଷ୍ୟ ରଖିଛନ୍ତି । ତାଙ୍କର ସ୍ୱର୍ଗତ ଜେଜେ ହରି ସାହୁ, ଜେଜେ ମା ଶଶୀ କଳା ସାହୁଙ୍କ ନାତି ରୂପେ ଆସିକାରେ ସୁ ପରିଚିତ ହୋଇଛନ୍ତି । ସଂଗ୍ରାମ ର ସଫଳତା ନିମନ୍ତେ ପିତା ମାତା, ଗୁରୁଜନ, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ବାଲ ଗୋପାଳ ବେହେରା, ଡାକ୍ତର ଦୀପକ ସାମନ୍ତରାୟ,ଡାକ୍ତର ଗୋପାଳ ଚନ୍ଦ୍ର ପାତ୍ରଙ୍କ ଦିଗଦର୍ଶନ, ନିଜର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳି ପାରିଛି ।