ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବି ନୂଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ ଓ ସମାଜସେବୀ ସୁବାସ ଚନ୍ଦ୍ର ଗୌଡ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷୟିତ୍ରୀ ଡି ଗୌରୀ ସଭା ପରିଚାଳନା କରିଥିଲେ । ଗପ କହିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା । ବିଦ୍ୟାଳୟର ସାମୂହିକ ବିକାଶରେ ଉତ୍ସାହିତ ନିମନ୍ତେ ବିଭୁତି ପଟ୍ଟନାୟକ, ସଦାନନ୍ଦ ଗୌଡ ଓ ରାଜା ଗୌଡ ତିନି ପୁରାତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ଅମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।  ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ବିନୂଆଗଡ ଗ୍ରାମବାସୀ ସହଯୋଗ କରିଥିଲେ ।