ବାଇକ୍ ଧକ୍କାରେ ହରିଣ ଗୁରୁତର 

 ହିଞ୍ଜିଳିକାଟୁ  : କିଛି ଦିନ ତଳେ ହିଞ୍ଜିଳିକାଟୁ ବନ ବିଭାଗ ନନ୍ଦିକ ବିଟ୍ ଅଧୀନ ସାହାପୁର ଗ୍ରାମ ରାସ୍ତାରେ ସନ୍ଧ୍ୟା ସମୟରେ ହରିଣଟିଏ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇଥିଲା  । ଘଟଣା ପରେ ଗ୍ରାମବାସୀଙ୍କ ସମେତ ହିଞ୍ଜିଳିକାଟୁର କିଛି ଗଣମାଧ୍ୟମ ପ୍ରତିନିଧି  ସ୍ଥାନୀୟ ବନପାଳ ଘରମଣି ପାଣିଗ୍ରାହିଙ୍କୁ ଖବର ଜଣାଇଥିଲେ । ଖବର ପାଇଁ ବନପାଳ କିଛି କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଗୁରୁତର ଅବସ୍ଥାରେ ପଡ଼ିଥିବା ହରିଣକୁ ସେମାନେ ସେଠାରୁ ଉଦ୍ଧାର କରି ହିଞ୍ଜିଳିକାଟୁ ପଶୁ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସହକାରୀ ପଶୁ ଚିକିସôକ ଡାକ୍ତର ସିଦ୍ଧାନ୍ତ କୁମାର ସେଠ୍ ଆହତ ହରିଣର ତକôାଳ ଚିକିସôା ବ୍ୟବସ୍ଥା କରିଥିଲେ । ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟରତ ବନରକ୍ଷୀ ମିତାରାଣୀ ବିଶ୍ୱାସରାୟଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ, ପ୍ରାଥମିକ ଚିକିସôା ପରେ ଆହତ ହରିଣକୁ ପ୍ରଥମେ ବନପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ପରେ ବୁଗୁଡ଼ାପଲ୍ଲୀ ଚାରା ଉତ୍ପାଦନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ସମସ୍ତ ପ୍ରକାର ଚିକିସôା ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସହକାରୀ ପଶୁ ଚିକିସôକ ଡାକ୍ତର ସେଠ୍ ଙ୍କ ସହ ଆଲୋଚନା ବେଳେ ଦୁର୍ଘଟଣାରେ ହରିଣଟିର ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଛି ଏବଂ ପଛପଟ ଗୋଡ଼ ଦୁଇଟି ଅଚଳ ଅବସ୍ଥାରେ ରହିଛି । କିନ୍ତୁ ସ୍ଥିତି ଗମ୍ଭୀର ରହିଛି ବୋଲି ସେ କହିଥିଲୋା ଆହତ ହରିଣ ସମ୍ପର୍କରେ ବ୍ରହ୍ମପୁର ଡିଏଫ୍ଓଙ୍କୁ  ମଧ୍ୟ ଅବଗତ କରଯାଇଛି ।